STORYMIRROR

Annu Samal

Others

4  

Annu Samal

Others

କୃଷ୍ଣା

କୃଷ୍ଣା

1 min
402

ଗୋଧୂଳି ବେଳାରେ କେତକୀର ବାସ୍ନା 

ଅବା ପ୍ରଦୋଷ କାଳର କାକଜୋସ୍ନା 

ସବୁଠି ତୁମ ସ୍ଥିତିର ମୃଗତୃଷ୍ଣା 

ସବୁଠି ପ୍ରେମର ମିଥ୍ୟା ଆଶ୍ଵସନା।। 


ତୁମ ପ୍ରତୀକ୍ଷାରେ ସଦା ଆନମନା 

ଚେତନା ହୀନା ମୁଁ ନିର୍ବୋଧ ଲଳନା 

ସବୁକିଛି ନିଶ୍ଵ ତୁମ ପ୍ରେମ ବିନା

ମୃଦୁ ମଲ୍ଲାର ସ୍ପର୍ଶରେ ବି ଯାତନା।।


ମୋ ଅକଳ୍ପନୀୟ କବିତାର କବି

ମୋ ହୃଦୟ ଦର୍ପଣେ ତୁମ ପ୍ରତିଛବି

ତୁମେ ମୋ କଜ୍ଜଳ ପରିଧିର ବନ୍ୟା

ଏ ବହ୍ନିକନ୍ୟାର ପ୍ରଭାତ ପ୍ରାଥନା ।।


ତୁମ ବିରହେ ଏ ଜୀବନ ଶ୍ରୀହୀନା

ତୁମେ ମୋର ପୂଜା ତୁମେ ଉପାସନା

ହେ କାହ୍ନା ଗ୍ରହଣ କର ମୋ ଅର୍ଚ୍ଚନା

ମୁଁ ତୁମ ମେଘବର୍ଣ୍ଣା, ତୁମ କୃଷ୍ଣା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍