STORYMIRROR

Chandrakanta Jena

Romance Tragedy Others

3  

Chandrakanta Jena

Romance Tragedy Others

ତୁମକୁ ଭାବୁଛି ନିତି

ତୁମକୁ ଭାବୁଛି ନିତି

1 min
200

ଏକା ଏକା ଆଉ ଦିନ କଟୁ ନାହିଁ

କଟୁ ନାହିଁ ମୋର ରାତି

ସୟନେ ସପନେ ଅବା ଜାଗରଣେ

ତୁମକୁ ଭାବୁଛି ନିତି   !!


ପାଇବାକୁ ଯାଇ ତୁମରି ପରସ

ଆଜି ମୁଁ ଗଲିଣି ଥକି

ସପନ କେବେଠୁ ଦୂରେଇ ଗଲାଣି

ଆଖି ଲୁହେ ତିନ୍ତି ତିନ୍ତି   !!


ଜଳି ଜଳି ଯାଏ ବାସ୍ତବ ଦୂନିଆଁ

ଅତୀତର ବୋଝ ନେଇ

ଭବିଷ୍ଯତ ହୁଏ ଅନ୍ଧକାରେ ଲୀନ

ତୁମ ପ୍ରତାରଣା ପାଇ   !!


ଠକିବାର ଥିଲା ଯଦି ତୁମ ଲକ୍ଷ

ସ୍ବପ୍ନ କାହିଁ ଦେଖାଇଲ

ତତଲା ମରୁରେ ଏକା କରି ମୋତ

ପ୍ରତାରଣା ଭରି ଦେଲ    !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance