STORYMIRROR

jyotsna mayee panda

Romance Tragedy

3  

jyotsna mayee panda

Romance Tragedy

ବେରଙ୍ଗ ଆଶା

ବେରଙ୍ଗ ଆଶା

1 min
138

ଜୀବନରେ ଚାଲୁ ଚାଲୁ ଜାଣି ପାରିଲିନି

କେତେବେଳେ ତୁ ହାତ ଛାଡ଼ିଦେଲୁ

ଅଙ୍କା ବଙ୍କା ରାସ୍ତାରେ

ଖାଲି ପ୍ରତାରଣା ର କଣ୍ଟା ବୁଣିଦେଇ

ସପ୍ନ ସବୁ ଆଉ କାହା ହାତ ରେ ବିକିଦେଲୁ l

ଆଜି ଆମେ ଦେଖିଥିବା ସ୍ୱପ୍ନ ସବୁ

ତୁ ଆଉ କାହା ଜୀବନରେ ବୁଣିଦେଲୁ

ଟୋପାଏ ସିନ୍ଦୁର ପାଇଁ ଜୀବନର

ସବୁ ଆଶାକୁ ବେରଙ୍ଗ କରିଦେଲୁ

ସବୁ ସ୍ମୃତିକୁ ତୁ ସମାଧି ଦେଇ

କାହା ରଙ୍ଗୀନ ଦୁନିଆଁରେ ପାଦ ତୁ ଥାପିଲୁ l

ସେଇ ନାଲି ସିନ୍ଦୁରକୁ ମୋ ସ୍ମୃତିର

ରକ୍ତ ବିନ୍ଦୁ ଭାବି ସିନ୍ଥିରେ ନାଇଲୁ

ଆଜି ସବୁ ଅପବାଦକୁ ବେଖାତିର କରି

ଆଉ କାହା ଦୁନିଆରେ ପାଦ ଦେଲୁ l

ଆଶାର ଫୁଲ ସବୁ ମଉଳି ଗଲା ପରେ

ଅଲୋଡ଼ା ଭାବି ଫିଙ୍ଗି ଦେଲୁ

କୋଉ ଅଥଳ ସାଗର ଗର୍ଭକୁ

ଯେଉଁଠି ତୋ ସବୁ ପ୍ରତିଶ୍ରୁତି

ସଲିଳ ସମାଧି ନେଇ ସାରିଥିଲେ

ମୋ ଜାଣିବା ଢେର ଆଗରୁ l

ପରସ୍ତ ପରସ୍ତ ପ୍ରତାରଣା ମର

ବହଳ ବାଲିରେ

ସବୁ ସପ୍ନ ଆଉ ସବୁ ସ୍ମୃତିକୁ

କବର ଦେଇ ଦେଲୁ

ସବୁ ଆଶା କୁ ବେରଙ୍ଗ କେଇଦେଲୁ

ଜୀବନ ରେ ତୁ ପ୍ରତାରିତ ନାୟିକା ହୋଇ

ସବୁଦିନ ପାଇଁ ରହିଗଲୁ

ସବୁଦିନ ପାଇଁ ରହିଗଲୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance