ଭୋକର ଭୂଗୋଳ
ଭୋକର ଭୂଗୋଳ
ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ
ଦୈନିକ ଯାତ୍ରାପଥ
ଶୁଭ ସକାଳରୁ ଶୁଭାରମ୍ଭ
ବାସନ୍ତୀ ସଂଧ୍ୟା ଆଗତ
ପେଟ ଜଳେ ଅନବରତ ।
ଚମଡ଼ା ମାଉଁସ ମଖା
ମାଟି ପିଣ୍ଡୁଳା ସଜା ସଖା
ସୁଅ ମୁଁହରେ ପତର
ତଳି ପେଟ କାନ୍ଦେ ଅନ୍ତର
ଦିକ୍ ଦିକ୍ ଜଳେ ଅଂଗ ଶରୀର
ମରିବ ଗରିବ
ହା ଅନୁର ବିଳାପେ
ଦୁଇ ଚାରି ଗୁଣ୍ଡା ଭାତ ।
ଭୋକ ତାଣ୍ଡବ କରେ
ଜୀବନର ଜଉଘରେ
ଗୁମୁରି ଗୁମୁରି କାନ୍ଦେ ମନ ପାରା
ତତଲା ଲୁହ ଦୁଇ ଧାରା
ଆଖିର ଝରକା ଡେଇଁ
ଅମାନିଆ ଧାଇଁ ଯାଏ ସ୍ଵତଃପ୍ରବୃତ୍ତ ।
ଦାଦନ ଖଟିବାକୁ ବାଧ୍ଯ କରେ
ସ୍ୱପ୍ନର ପିଠି ଉପରେ
ଲମ୍ବା ଲମ୍ବା ପାହୁଣ୍ଡ ଥୋଇ
ଗାଁ ଦାଣ୍ଡ ପଛରେ ପକେଇ
କୂଳ ପ୍ରଦୀପ
ପାରିଲା ପୁଅ ଧାଏଁ
ସୁରାଟ କେରଳ ବାଙ୍ଗାଲୋର
ପୁଳାପୁଳା ରୋଜଗାର ଅଗଣିତ ।
ଟଙ୍କା କିଆ ଚାଉଳ
ଗତର କୋଢିଆ ସକଳ
ଚାଷ କରିବେନି
ଲଙ୍ଗଳ ଧରିବେନି
କାଦୁଅରେ ପତ୍ ପଚ୍ ହେବିନି
ବରଂ ଅନ୍ୟ ରାଜ୍ୟେ
ଅଇଁଠା ପ୍ଳେଟ୍ ଧୋଇବେ
କରତ ସୂତା କଳରେ
ଗୋତି ଖଟିବେ ମାଳମାଳ
ଭାଗ୍ୟବିଧାତା ପ୍ରଣିପାତ ।
ଭୋକର ଭୂଗୋଳ
କ୍ଷୁଧାର ଅନଳ
ଖାଦ୍ୟର ଦହକ
ଅନୁର ଖାଦକ
ପ୍ରାୟ ବ୍ୟତିବ୍ୟସ୍ତ ଥୋକେ ମଣିଷ
ଭୟଙ୍କର ନିମ୍ନଗାମୀ ତଥାକଥିତ ।
