Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Romance Tragedy

3  

Birakishore Nayak

Romance Tragedy

ଛଳନାର ପରିଣାମ

ଛଳନାର ପରିଣାମ

1 min
174


ପ୍ରେମରେ ଛଳନା ରହିଲେ ଅଳ୍ପରେ

    ପ୍ରୀତି ରଜ୍ଜୁ ଛିଡ଼ିଯାଏ 

 ସାରା ଜୀବନକୁ ଯନ୍ତ୍ରଣା ଜୁଇରେ

    ଜାଳି ଜାଳି ଚାଲିଥାଏ |


ଗୁଣ ଦେଖେ ନାହିଁ ରୂପରେ ମୋହିତ

    ପ୍ରୀତିର କାହାଣୀ ସବୁ 

ଯବନିକା ଆଣେ କାହାଣୀ ମଝିରେ

     ଲୁହ ଝରେ ଭାବୁ ଭାବୁ |


ଅଳପ ଦିନର ପ୍ରୀତିର ସପନ

     ଝାପ୍ସା ଝାପ୍ସା ଦେଖାଯାଏ 

ସନ୍ଦେହ ପରଳ ମାଡି ମାଡି ଯାଏ

     ମନେ କ୍ରୋଧ ଯାତ ହୁଏ |


ଅତୀତର ସ୍ମୃତି ମନେ ପଡେ ଯେବେ

    ଦଗ୍ଧ ହୃଦୟର ତଳେ 

ଯନ୍ତ୍ରଣାର କୋହେ ନିରବି ନିରବି

    କୃତ କର୍ମ ସବୁ ଭାଳେ |


ଅନ୍ୟ ପ୍ରତି ଦୋଷ ଢାଳେ ନାହିଁ କେବେ

    ନିଜକୁ ସେ ଦୋଷୀ କରେ 

ଆଗପଞ୍ଚ କିଛି ବିଚାର ନକରି

    ଦୁଃଖ ଆସେ ଚାଲିବାରେ |


ପ୍ରଥମେ କେହି ବି ଵୁଝି ପାରେନାହିଁ

    ଛଳନାର ରୂପ ରଙ୍ଗ 

ବିଶ୍ୱାସରେ ସବୁ ଆପଣାଇ ନେଇ

    ଢାଳିଥାଏ ପ୍ରୀତି ଅର୍ଘ୍ୟ |


କଥା ଚାତୁରୀରେ ଛଳନାର ଗନ୍ଧ

    ବୁଝିବା ସହଜ ନୁହେଁ 

ପ୍ରୀତିର ଢେଉରେ ମନ ନାଚିଥାଏ

    ଦେହ ଭିଜି ଭିଜି ଯାଏ |


ପ୍ରେମିକ ହେଉ ବା ପ୍ରେମିକା ବି ହେଉ

    ଜଣେ ତ ଛଳନା କରେ 

ନିଜ ସୁଖ ପାଇଁ ଅନ୍ୟ ଭରସାକୁ

    ତୁଚ୍ଛ ମଣି ଦୂର କରେ |


ଆଜିର ଯୁଗରେ ପ୍ରୀତି ଚାଲେ ସିନା

    ଅଧିକ ଛଳନା ଭରା 

ଜଣେ ବହୁ ଜଣେ ପ୍ରେମ କରେ ଏବେ

    ଚାଲିଛି ସଂସାର ସାରା |



Rate this content
Log in