Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Tragedy

3  

Panchanan Jena

Tragedy

ରୂପାନ୍ତର

ରୂପାନ୍ତର

1 min
121



ଶ୍ରାବଣ ପାଲିଙ୍କି ଚଢି 

    ଆସିଛି ଫଗୁଣ

     ଭିଜିଦେଇ ଗଲା କାଲି

      ସନ୍ଦେହୀ ଦାରୁଣ ।


    ଋତୁ ଶ୍ରାବଣ ତ 

       ମିଳନ ମଲ୍ହାର

         ଋତୁ ଫଗୁଣ ତ 

        .ବିରହୀ ପ୍ରୀୟାର ।


ମିଳନ - ବିରହ ହିଁ ତ 

    ଯୌବନର କାନ୍ତି

ଏକ ପାଇଁ ଅନ୍ୟ ଆଣେ

..  ..ଶାନ୍ତି ପ୍ରଶାନ୍ତି ।


ଗଣ୍ଠିଲି ବାନ୍ଧି 

    ଶୀତ ମାଉସୀ ମୋ

    ଗଣୁଥିଲା କେତେ ଦିନ

     କୁଆଡୁ ଆସିଲା 

      ଅଦିନିଆ ମେଘ

     ରହିବ ବୋଧେ କିଛି ଦିନ ।


ବରଷା ବତାସ 

     ଶୀତୁଆ ପରଶ

     ହେମାଳ ପରିବେଶ ଦେଖି

    କମ୍ବଳ ରେଜାଇ

    ମୋଡି ଥିଲେ ରହି

     ପୁଣି ଥରେ ଖୋଜା ସଖି ।


ଝରକା ଫାଙ୍କରେ

ଝରୁଛି ବାଙ୍କରେ

  ଛିଟା ମାରୁଛି ରହି ରହି

ଶିତେଇ ଟାଙ୍କୁରି

ସାଲ୍ କୁ ଆବୋରି

  ଆଖି ମାରୁଛି କହି କହି ।


ପ୍ରକୃତିର ମହାମିଳନ ସମ୍ଭାର

ବସନ୍ତ ଫଗୁଣ ସାଥେ ଏକାକାର

ଋତୁଚକ୍ର ରୂପାନ୍ତର କଳେବର ।



Rate this content
Log in

Similar oriya poem from Tragedy