STORYMIRROR

Lilabati Padhi

Tragedy

3  

Lilabati Padhi

Tragedy

ଚାଲିଯିବା

ଚାଲିଯିବା

1 min
201

ତୁମରଥିଲା କି ଭୂଲ ମୋର ଥିଲା ଜାଣିନି

କୋଉଦିନ ଦେଖା ହୋଇଥିଲା ମନେ ରଖିନି l


ଏତିକି ରଖିଛି ମନେ ଆସିକରି ତୁମେ ଦିନେ

କହିଥିଲ ରାଣୀ ଅଟ ତୁମେ ଗୋ ମୋ ମନ ବନେ l


ସେହିଦିନୁ ଏହି ଆଖି ହୋଇଯାଇଛି ଲାଜୁକି

ବିତୁଛି ସମୟ ମୋର ତୁମକୁ ସେ ଖୋଜି ଖୋଜି l


ଶୀତୁଆ କୁହୁଡି ମତେ ଜମାବି ଭଲ ଲାଗୁନି

ତୁମକଥା ଭାବି ଭାବି ରାତିଦିନ ମୋ ସରୁନି l


ଡରଲାଗେ ଏ ଦୁନିଆ ଆମ କଥା ବୁଝିବନି

ଆମେ ଦେଖିଥିବା ସ୍ବପ୍ନ ଜମାବି ପୂର୍ଣ୍ଣ ହବନି l


ଚାଲ ଆମେ ଚାଲିଯିବା ଆଉ କେଉଁ ରାଇଜକୁ

ସେଇଠି ଗଢିବା ଆମ ସ୍ୱପ୍ନର ଦୁନିଆଟିକୁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy