STORYMIRROR

Lilabati Padhi

Romance

3  

Lilabati Padhi

Romance

ମୁଁ ତୁମକୁ ଭଲପାଏ

ମୁଁ ତୁମକୁ ଭଲପାଏ

1 min
212

ଜାଣେନି ତୁମ ଠିକଣା ତୁମ ପରିଚୟ

କିନ୍ତୁ ଏତିକି ଜାଣେ

ମୁଁ ତୁମକୁ ଭଲପାଏ ।


ସେ ଦିନ ତୁମକୁ ଦେଖିଥିଲି ଶିବ ମନ୍ଦିରରେ

କିଛି କହିବା ଆଗରୁ ତୁମେ ଚାଲିଗଲ ବହୁଦୂରେ

ଈଶ୍ୱର ଙ୍କୁ ମୁଁ ଜଣାଇଲି ମନକଥା

କଣ ଜାଣ?

ମୁଁ ତୁମକୁ ଭଲ ପାଏ ।


ସେ ଦିନ ମତେ ଏମିତି ଚାହିଁ ତୁମେ ହସିଥିଲ

ସତେକି ପରିଚିତ ତୁମେ ମୋ ସହିତ

ସେ ଚାହାଁଣି ଏ ଯାଏଁ ମୁଁ ଭୁଲିପାରୁନି

କାହିଁକି ଜାଣ?

ମୁଁ ତୁମକୁ ଭଲ ପାଏ ।


ଆଖି ଆଖି ମିଶିଥିଲା କିଛି କ୍ଷଣ ପାଇଁ

ସେଦିନଠୁ ନାହିଁ ମୁଁ ଆଉ ମୋ ନିଜର ହୋଇ

ସାଇତିଛି ମୋ ହୃଦୟରେ ତୁମପାଇଁ ସୁନ୍ଦର ଜାଗାଟିଏ

କାରଣ ମୁଁ ତୁମକୁ ଭଲ ପାଏ ।


ତୁମରି ବାଟ ଚାହିଁ କାଟୁଛି ଦିନ

ଜାଣିଛି ସତ ନୁହେଁ ଏ ଯେ ସପନ

ତଥାପି ବାଟକୁ ଚାହେଁ

ଚାଁହୁଥିବି ମଲା ଯାଏଁ

କାହିଁକି ନା

ମୁଁ ତୁମକୁ ଭଲ ପାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance