Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lilabati Padhi

Romance

3  

Lilabati Padhi

Romance

ସ୍ପର୍ଶ

ସ୍ପର୍ଶ

1 min
173


ତୁମ ସ୍ପର୍ଶ ଟିକେ ପାଇବା ପାଇଁକି

କେତେ ବାହାନା ମୁଁ କରେ,

କେବେ ଲକ୍ଷ୍ୟ ମୋର ସଫଳ ହୁଏ

ପୁଣି କେତେବେଳେ ହାରେ l


ପ୍ରଜାପତି ହୋଇ ଯାଏ ତୁମପାଶେ

ଚୁମା ଟିଏ ଦେବାପାଇଁ,

ଫଗୁଣ ସାଜି ମୁଁ ଆସେ ତୁମ ପାଖେ

ରଙ୍ଗ ବୋଳି ହବାପାଇଁ l


ସକାଳୁ ସକାଳୁ ପ୍ରାତଃ ଭ୍ରମଣ ରେ

ତୁମ ଛୁଆଁ ଟିକେ ପାଇଁ

ସଜବାଜ ହୋଇ ଚାହିଁଥାଏ ମୁଁ ଜେ

ଶିଶିର ବିନ୍ଦୁ ଟେ ହୋଇ ।


କିନ୍ତୁ ମୁଁ କେତେବେଳେ ହାରିଥାଏ ଜାଣ

ବରଷା ହୋଇକି ତୁମପାଖେ ଯାଏ

ଓଦା କରିବାର ପାଇଁ,

ବର୍ଷାକୁ ଡ଼ରିକି ଓଦାହବା ଡରେ

ଘରକୁ ଯାଅ ପଳେଇ l


Rate this content
Log in

Similar oriya poem from Romance