କାହିଁକି ଆସିଲ ?
କାହିଁକି ଆସିଲ ?
କାହିଁକି ହେ ସାଥି ଆସିଲ ଜୀବନେ
ବାରଣ କରିବା ପରେ,
ଯଦିବା ଆସିଲ କାହିଁ ଚାଲିଗଲ
ଜଳୁଛି ମୁଁ ମୋ ଭିତରେ l
ପ୍ରଥମ ଦେଖାର ପ୍ରଥମ ଚାହାଁଣି
ଭୁଲି ମୁଁ ପାରୁନି ଆଜି,
ତୁମପାଇଁ ଆଜି ଯୋଗ୍ୟତା ଥାଇ ବି
ହାରିଯାଏ ସବୁ ବାଜି l
ଭାଙ୍ଗିଦେଲ କାଇଁ ହୃଦୟକୁ ମୋର
ତୁମେ ଏଠି ବସିଥିଲ,
ଏଇ ଆଖିରେ ତ ନାଚୁଥିଲ ତୁମେ
କେମିତି ସେଥିରେ ଲୁହ ଭରିଲ l
ଜଦି ବା ଜାଣିଛି ପାଇବିନି କେବେ
ତଥାପି ଝୁରେ ମୁଁ ତୁମକୁ,
ତୁମେ ଆଜି ଆଉ କାହାର ଜାଣେ ମୁଁ
ବୁଝାଇ ପାରୁନି ନିଜକୁ l
