STORYMIRROR

Lilabati Padhi

Others

4  

Lilabati Padhi

Others

ମୋ ପାଇଁ ମୋ ଗୁରୁ

ମୋ ପାଇଁ ମୋ ଗୁରୁ

1 min
337

ସିଏ ଆମ ବ୍ରହ୍ମା ସିଏ ଆମ ବିଷ୍ଣୁ 

ମହେଶ୍ୱର ସିଏ ଆମରି 

ମନ୍ଦିରେ ନଥାନ୍ତି ଆମ ପାଖେ-ଛନ୍ତି

ସେ ଶିକ୍ଷକ ଆମରି ll


ଜ୍ଞାନ ଦହିହାଣ୍ଡି ମକଚି ସେଥିରୁ

ଲହୁଣୀ ବାହାର କରି 

ଯିଏ ଖୋଇଥାନ୍ତି ଛାତ୍ରର ପାଟିରେ

ସେ ଶିକ୍ଷକ ଆମରି ll


ଜ୍ଞାନ ସମୁଦ୍ରରୁ ଶାମୁକା ସାଉଁଟି

ମୋତିକୁ ହାତରେ ଧରି 

ମୁକୁଟ କରି ଯେ ଶିଷ୍ୟକୁ ପିନ୍ଧାନ୍ତି

ସେ ଶିକ୍ଷକ ଆମରି ll


ଜ୍ଞାନ ଆକାଶରୁ ତାରା ଫୁଲ ସଵୁ

ତୋଳନ୍ତି ଯତନ କରି 

ଛାତ୍ରର ଅଣ୍ଟିରେ ଅଜାଡି ଦିଅନ୍ତି

ସେ ଶିକ୍ଷକ ଆମରି ll


ଛାତ୍ରର ପଥକୁ ଫୁଲରେ ସଜାନ୍ତି

କଣ୍ଟାଲସବୁ ସଫା କରି 

ନିଜ ଦୁଃଖ ଭୁଲି କୋଳେଇ ନିଅନ୍ତି

ସେ ଶିକ୍ଷକ ଆମରି ll


କଞ୍ଚା ମାଟି ଆଣି ସଜେଇ ଧଜେଇ

ସୁନ୍ଦର ଆକାର କରି 

ଅପରୂପ ଶୋଭା ଦେଇପାରେ ଯିଏ

ସେ ଶିକ୍ଷକ ଆମରି ll


ଛାତ୍ରର ମନକୁ ମାପି ପାରେ ଯିଏ

ଜ୍ଞାନ ମାପ ଫିତା ଧରି 

ସେ ମହାନ ବ୍ୟକ୍ତି ଆଉ କେହି ନୁହଁ

ସେ ଶିକ୍ଷକ ଆମରି ll


ରଙ୍ଗୀନ କରନ୍ତି ଛାତ୍ର ଜୀବନକୁ

କଳା ଧଳା ରଙ୍ଗ ଧରି 

ନିଜ କଥା ପୁରା ଭୁଲି ଯାଆନ୍ତି ଯେ

ସେ ଶିକ୍ଷକ ଆମରି ll


ପ୍ରତିବଦଳରେ ଆଶା ରଖିଥାନ୍ତି

ସ୍ନେହ ସନମାନ ଆମରି 

ଉଣା କରିବାନି ତାଙ୍କ ପ୍ରତି ଭକ୍ତି

ସେ ଶିକ୍ଷକ ଆମରି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍