Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lilabati Padhi

Tragedy

3  

Lilabati Padhi

Tragedy

ପ୍ରଥମ ଦେଖା

ପ୍ରଥମ ଦେଖା

1 min
193


ମାଳିଟିଏ ଯେବେ ଫୁଲହାର କରେ

ଭିଡ଼ ଥାଏ କେତେ ଫୁଲର,

ସେ ଫୁଲ ଭିତରେ ଜଣକୁ ବାଛି ମୁଁ

କରିଥିଲି କାଲି ନିଜର l


ସବୁ ଫୁଲଠାରୁ ବାଛି ବାଛି ମୁହିଁ

ଯାହାକୁ କଲି ମୁଁ ନିଜର,

ଆଜି ସେହିଫୁଲ ବଧୂବେଶ ସାଜି

ହୋଇଯିବ ଆଉ କାହାର l


ପ୍ରଥମ ଦେଖାରେ ତୋପାଖରେ ମୁହିଁ

ହଜେଇ ଥିଲି ମୋ ମନକୁ,

ଆଜି ମୁଁ ଭାବୁଛି କେବେ କେତେବେଳେ

ଭୁଲିଗଲି ମୁଁ ନିଜକୁ l


ହାତରେ ମେହେନ୍ଦି ପାଦରେ ଅଳତା

ଆଉ କାହା ପାଇଁ ପିନ୍ଧିବୁ,

ଆମ ପ୍ରେମର ସେ ପୁରୁଣା ଅତୀତ

ମନରୁ ପାସୋରି ଦବୁ l


ସୁଖରେ ତୁ ଥା ମୋ ଜୀବନରେ

ଦୁଃଖର ଛାଇ ନପଡୁ,

ମୋ ଚଲାବାଟେ ଜୀବନଟା ସାରା

କଣ୍ଟା ଆସି ପଛେ ପଡ଼ୁ l


Rate this content
Log in

Similar oriya poem from Tragedy