STORYMIRROR

Lilabati Padhi

Romance

4  

Lilabati Padhi

Romance

ମୋ ପାଇଁ ତୁମେ

ମୋ ପାଇଁ ତୁମେ

1 min
276

ବିଶାଳ ଆକାଶେ ମୁଁ ହେଲେ ସୂର୍ଯ୍ୟ

ତୁମେ ପରା ତେଜ ତାହାର,

ଶୀତଳ ଜୋଛନା ତୁମେ ଅଟ ଜଦି

ମୁଁ ଚାନ୍ଦ ପୁନେଇଁ ତିଥିର ll

ତରୁଡ଼ାଳେ ମୁଁ ଫୁଲଟିଏ ହେଲେ

ତୁମେ ବାସ୍ନା ସେ ଫୁଲରେ,

ନିଶ୍ୱାସ ପ୍ରଶ୍ୱାସ ତୁମେ ପରା ଏଇ

ତୁଚ୍ଛା ମୋର ମାଟି ଘଟରେ ll

ଏ ଦେହ ଦେଉଳେ ତୁମେ ମୋ ଦେବତା

ମୁଁ ତୁମ ପୁଜାରିଣୀ,

ପ୍ରୀତି ପାରିଜାତ ଆଣିଦେଲ ମତେ

ଗାଏ ମୁଁ ପ୍ରେମର ରାଗିଣୀ ll

ଚୋରା ଚଇତାଳି ତୁମେ ଅଟ ମୁଁ

ଅଲରା ବାଉଁଶ ବଣ,

ଲାଜରେ ଝାଉଁଳେ ତୁମେ ଯେବେ ସାଜ

ପ୍ରେମେ ଧାରା ସିରାବଣ ll

ଉଛୁଳା ସାଗର ତୁମେ ହେଲେ

ମୁଁ ବିସ୍ତିର୍ଣ୍ଣ ସେ ଚୋରାବାଲି,

ତୁମ ସ୍ପର୍ଶ ପାଇ ମୋତି ଜନ୍ମଦେବି

ଶାମୁକା ଟିଏ ସାଜିଲି ll

ପଉସ ଜାଡରେ ବାୟାଣୀ ମୁଁ ହୁଏ

ପାଇ ସେ ବଉଳ ବାସ୍ନା,

ତୁମରି ବାହୁରେ ବାନ୍ଧିହୋଇଗଲେ

ମେଣ୍ଟି ଯାଏ ସବୁ ତୃଷ୍ଣା ll

ଜୀବନ ନାଟକେ ତୁମେ ମୋ ନାୟକ 

ମୁଁ ହେଲେ କାବ୍ୟ ନାୟିକା,

ଚାଲୁଥିବା ସଦା ହାତେହାତ ଛନ୍ଦି

ହୋଇକି ପ୍ରେମିକ ପ୍ରେମିକା ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance