ଛଳନା
ଛଳନା
ଯାଚି ଦେଇ ଥିଲି ମନ ଫୁଲ ବୋଲି
ନିର୍ଦୟେ ପାଦରେ ଦଳି ଦେଲ
ଭାବିଲନି ଥରେ ବୃନ୍ତଚ୍ୟୁତ ପରେ
କେମିତି ହୁଏ ସେ କଲବଲ
ଭଲ ପାଇବା କି ଭୁଲ୍ ଥିଲା ମୋର
ଏତେ ଜଲ୍ଦି ତୁମେ ଭୁଲି ଗଲ !!
ଏତେ ବି ନିଷ୍ଠୁର ନୁହଁଇ ଭ୍ରମର
ପ୍ରାଣ ଦେଇ ଶୁଝେ ପ୍ରେମ ମୂଲ
ନପାରିଲି ଚିହ୍ନି ହୃଦୟରେ ବହ୍ନି
ପ୍ରତାରଣା ଘୃତେ ଜାଳି ଦେଲ
ଭଲ ପାଇବାର ମହାନାଟକରେ
କିଛି ଦୃଶ୍ୟ କଳାକାର ଥିଲ ।
ଖଳନାୟକର ଖଳ ବୁଦ୍ଧି ସିନା
ପ୍ରେମରେ ନାୟକ ଠାରୁ ଭଲ
କୁର୍ତି ଚିରି ଦିଏ ଛାତି ଚିରେ ନାହିଁ
ଚିରି ଦିଏ ନାହିଁ ପ୍ରୀତି ଫୁଲ
ମିଛ ସତ କହି ଠକି ଦିଏ ନାହିଁ
ମାଖେ ନାହିଁ ଛଳନାର ତେଲ ।
