STORYMIRROR

Santosh Kumar Ojha

Tragedy

3  

Santosh Kumar Ojha

Tragedy

ଛଳନା

ଛଳନା

1 min
203

ଯାଚି ଦେଇ ଥିଲି ମନ ଫୁଲ ବୋଲି

  ନିର୍ଦୟେ ପାଦରେ ଦଳି ଦେଲ

ଭାବିଲନି ଥରେ ବୃନ୍ତଚ୍ୟୁତ ପରେ

  କେମିତି ହୁଏ ସେ କଲବଲ 

ଭଲ ପାଇବା କି ଭୁଲ୍ ଥିଲା ମୋର

 ଏତେ ଜଲ୍ଦି ତୁମେ ଭୁଲି ଗଲ !!


ଏତେ ବି ନିଷ୍ଠୁର ନୁହଁଇ ଭ୍ରମର

 ପ୍ରାଣ ଦେଇ ଶୁଝେ ପ୍ରେମ ମୂଲ

ନପାରିଲି ଚିହ୍ନି ହୃଦୟରେ ବହ୍ନି

  ପ୍ରତାରଣା ଘୃତେ ଜାଳି ଦେଲ

ଭଲ ପାଇବାର ମହାନାଟକରେ

  କିଛି ଦୃଶ୍ୟ କଳାକାର ଥିଲ ।


ଖଳନାୟକର ଖଳ ବୁଦ୍ଧି ସିନା

  ପ୍ରେମରେ ନାୟକ ଠାରୁ ଭଲ

କୁର୍ତି ଚିରି ଦିଏ ଛାତି ଚିରେ ନାହିଁ

  ଚିରି ଦିଏ ନାହିଁ ପ୍ରୀତି ଫୁଲ 

ମିଛ ସତ କହି ଠକି ଦିଏ ନାହିଁ

 ମାଖେ ନାହିଁ ଛଳନାର ତେଲ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy