STORYMIRROR

Dharitri Das

Tragedy

3  

Dharitri Das

Tragedy

ଅଫୁଟା ଫୁଲ

ଅଫୁଟା ଫୁଲ

1 min
195

ଅଫୁଟା ଫୁଲ ମୁଁ କଢିଟିଏ ମାତର

ଛାତ୍ରୀଟିଏ ମୁଁ କାନ୍ଧେ ମୋ ବହି ପତର।

ଜାଣେ ନାହିଁ କିଛି ବି ସଂସାରର ରୀତି

ଖେଳୁଥାଏ ସାଙ୍ଗ ସାଥୀଙ୍କ ସହ ମାତି।

କାହୁଁ ଆଇଲା ସେ ନରରୂପୀ ରାକ୍ଷସ

ଚକୋଲେଟ ଦେଇ ମୋତେ କରିଲା ବଶ।

ଡାକିନେଲା ମୋତେ ଦୁର୍ଗମ ସ୍ଥାନେ ବେଗେ

ଯାହାକଲା ସିଏ କହିବି କାହା ଆଗେ।

ଅଫୁଟା ଫୁଲଟିଏ କଅଁଳିଆ ବୟସ

ଉଠି ପାରୁନଥାଏ ଲାଗୁଥାଏ ଅବସ।

ଛାଡ଼ି ଚାଲିଗଲା ସେ ବେଇମାନ ମଣିଷ

ବହୁ କଷ୍ଟେ ଆସିଲି ମୁଁ ମନେ ବାନ୍ଧି ସାହସ।

ଘରେ ପଶୁ ପଶୁ ହୋଇଗଲି ମୁହିଁ ବେହୋସ

ଧାଇଁ ଆସି ମାଆ ମୋର କରିଥଲା ସ୍ପରସ।

ହୋସ ଆସିବା ବେଳକୁ ଥିଲି ଡାକ୍ତରଖାନାରେ

ଛଟପଟ ହେଉଥାଏ ଖାଲି ମୁଁ ଯନ୍ତ୍ରଣାରେ।

ପୋଲିସ ମିଡ଼ିଆ ଵାଲା ପହଞ୍ଚି ମୋ ପାଖରେ

ହାଲିଆ କରିଦେଲେ ମୋତେ ପ୍ରଶନ ବାଣରେ।

ଅଫୁଟା ଫୁଲଟିଏ ମୁଁ କ'ଣ ବା ଜାଣିଛି

ବଖାଣି ଗଲି ଯାହା ମୋ ସହିତ ଘଟିଛି।

କିନ୍ତୁ କ'ଣ ହେଲା ପାଞ୍ଚ ବର୍ଷ ଜେଲ ଗଲା

ହେଲେ ତାଠାରେ କିଛି ବି ସୁଧାର ନ ଦିଶିଲା।

ତେଣୁ କରୁଛି ବିନତି ଆହେ ଜଗତ ପତି

ସଦବୁଦ୍ଧି ଦାନେ ବଦଳାଅ ଏହାଙ୍କ ମତି।

ଫୁଟିବା ଆଗରୁ ମୋ ପରିକା ଅଫୁଟା ଫୁଲଟି

ମଉଳି ନ ଯାଉ ଅଦିନରେ ଭୂମି ପରେ ଲୋଟି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy