Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nirmala Nayak

Tragedy Classics Inspirational

3  

Nirmala Nayak

Tragedy Classics Inspirational

ଅବିଶ୍ୱାସ

ଅବିଶ୍ୱାସ

1 min
120


ଅବିଶ୍ୱାସ ର

ଅନ୍ଧ ପୁଟୁଳି ବାନ୍ଧି

ବାହୁର ବଳ କୁ

ପକେଟ ରେ ସାଇତି

ଆଖିରେ କଳା ଚଷମା ଢାଙ୍କି

ଜାତୀୟ ରାଜପଥ ର

ପଥିକ ଜୀବନ ର

ସୁରକ୍ଷା ଖୋଜେ

ଗଳି କନ୍ଦି ରାସ୍ତା ରେ !


ମନ ରେ ଅନେକ ଜଟିଳ ପ୍ରଶ୍ନ

ସମାଧାନ ର ଉତ୍ତର ଖୋଜୁ ଖୋଜୁ

ରକ୍ତ ର ବନ୍ୟା ଚିତ୍କାରରେ ହୃତପିଣ୍ଡ

ଦୋହଲି ଯାଏ

ଶାଣିତ ଅସି ଧାରେ !


ରାସ୍ତା ଧାରେ ଦଣ୍ଡିତ ମୁକ ବୃକ୍ଷବୃନ୍ଦ

ପ୍ରସ୍ତାଚ୍ଛା ପାଦ ଦେ ଇ

ଲୁଚି ଯାନ୍ତି ପ୍ରଚ୍ଛୟା ହୋଇ

ନ୍ୟାୟ ପାଇଁ ସାକ୍ଷୀ ଖୋଜେ

ମସ୍ତକ ଗଣି ଗଣି

ଆରକ୍ଷୀ ଶାସନ ଅନୁଶାସନ

ଧଳା କାଗଜ.ରେ କଳା ଅକ୍ଷର

ଲିଭିଯାଏ ଓଳି ତଳ ବୁଦ ବୁଦ ପ୍ରାୟେ ?


ତଥାପି,

ମାନବ ଆ ଗା ମି ଭବିଷ୍ୟତ ପାଇଁ

ଗୋଲାପ କଂଟକିତ ଜାଣି ବି

ତା ସୌନ୍ଦର୍ଯ୍ୟ ରେ ହଜେଇ ଦିଏ,

ଦିନ ର ସୂର୍ଯ୍ୟାସ୍ତ ପରେ

ରାତି ର ଚନ୍ଦ୍ର ମା ସାଥେ

କିନ୍ତୁ

ରାତି ଲୁଚି ଯାଏ

ଅବିଶ୍ୱାସ ର ସୂ ର୍ଯ୍ୟ ଦ ୟ ର

ଆଗମନେ

ତା କଳଙ୍କିତ ଜୀବନର

ଜୀବସ୍ମା ଲୀନ ହେଉ

ଏ ଧରା ପୃଷ୍ଟରେ ?



Rate this content
Log in

Similar oriya poem from Tragedy