Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nirmala Nayak

Drama Classics Others

4  

Nirmala Nayak

Drama Classics Others

ନବବର୍ଷ ଉପଲକ୍ଷେ ପଦେ ଅଧେ କଥା

ନବବର୍ଷ ଉପଲକ୍ଷେ ପଦେ ଅଧେ କଥା

1 min
361



ଉଠ ଉଠ ନର କଙ୍କାଳ

ହସ୍ତ ମୁଷ୍ଟିକୁ କର ଶୃଙ୍ଖଳ

ଦମନ କର ମାନବ ମନର

ହିଂସା ପ୍ରତିହିଂସା l


ଉଡାଅ ଆକାଶେ

ଅହିଂସାର ତ୍ରିରଙ୍ଗା ପତାକା

ଦୃଢ କର ସମଗ୍ର ବିଶ୍ୱ ପ୍ରାଣେ

ଜାଗ୍ରତ ହୁଅ ଜାଗି ଉଠ ନର କଙ୍କାଳ l


କ୍ଷୁଧା ତୃଷ୍ଣା ଅନଳେ

କର ସଦା ତାର କାଳ

ବିଶ୍ୱର ଦୁର୍ଗତି ଦ୍ରୁବ୍ୟବହାର

କୁମନ ଆଦି କର ନିବାରଣ l


ଯୁଦ୍ଧ ଯାତ୍ରା ଅନ୍ତରାଳେ

ଶାନ୍ତି ର ବିକାଶ ଏ ମାନବ ପ୍ରାଣେ

ଜାଗି ଉଠୁ କାଳେ କାଳେ

ନବରଷୁ ତୋପ ନଗରଜୁ କମାଣ l


ଅହରହ ଫୁଟୁ ମୟିତ୍ରୀର କମାଣ

ସଭିଏଁ ପ୍ରାଣେ ପ୍ରେମର ପ୍ରଣତି ଢାଳି

ଆଗେଇ ଯିବା ବିଜୟ ଚିତା ଜାଳି

ଉଠ ଏ ଦେଶର ନର କଙ୍କାଳ l


ଜାଗ୍ରତ କର ଅସହାୟ ଭୁମଣ୍ଡ

ଅଦ୍ୟପି ସ୍ୱାଧୀନ ପାଇବି

ପରାଧୀନ ଭୋଗେ ହିଂସାର ଅଗ୍ନି ବଳୟେ

ଜଳୁଛି ଏ ମହୀ ମଣ୍ଡଳ l


ଅହମିକା ଅହଂକାର ଜ୍ଵଳା

ଜାଳି ଦିଅ ସଭିଏଁ ମନୁ

ଶାନ୍ତି ମୟିତ୍ରୀ ର ପୁଲକ

ଲୁପ୍ତ ଆଜି ଅଧର୍ମ ମୁଲକେ l


ଧର୍ମ ଦୁଆରେ ମୃତ୍ୟୁ ର

ସ୍ଲୋଗାନ ଶୁଭେ ଅହରହ

ଉଠ ନର କଙ୍କାଳ

ଜାଗ୍ରତ କର ଶକ୍ତି ଦିଅ l


ଦୂର କର ମନୁ ସମ୍ପରଦାୟୀକତା ଭାବ

ପରମ୍ପରା କୁ ଜାଗ୍ରତ କର

ଆମେ ଭାରତୀୟ, ଭାରତୀୟ ଆମ ଧର୍ମ

ପାଶ ବିକତା ଦୂରକର l


ଭ୍ରଷ୍ଟାଚାର ତ୍ୟାଗ କର

କୁସଂସ୍କାର ପୀଡା ହୃଦୟ ପୃଷ୍ଠା ରୁ ଲିଭାଇ ଦିଅ

ମାନବ ପ୍ରେମୀ ଜନେ ବସି

ସୁସ୍ଥ ସବଳ ଯୌବନ ତେଜି

ଜାଗ୍ରତ କର ଲୁପ୍ତ ସ୍ୱତନ୍ତ୍ର ତା କାଳ

ଉଠ ଉଠ ଏ ଯୁଗ ର ନର କଙ୍କାଳ l



Rate this content
Log in

Similar oriya poem from Drama