STORYMIRROR

Nirmala Nayak

Drama Inspirational Others

4  

Nirmala Nayak

Drama Inspirational Others

ସମୟର ସ୍ୱର

ସମୟର ସ୍ୱର

1 min
252


ମାର୍ଗଶିରର

କୁହୁଡି ସକଳେ ଟୋପାଟୋପା

କାକର ବିନ୍ଦୁ ରେ

ସ୍ନାନ କରେ ମା ଧରିତ୍ରୀ!


ସବୁଜ ପତ୍ର

ସୋରିଷ ଫୁଲ

ବାସ୍ନା ର ଆଘ୍ରାଣେ

ମା ଧରିତ୍ରୀ କୋଳରୁ

ଓହ୍ଲାଇ ଆସନ୍ତି

ହରପ୍ରିୟା ହରି ଙ୍କୁ ଏକାକରି!

ମୁଠାଏ ସୋରିଷ ଫୁଲ ର ମହକ

ପଙ୍କଜ ର ସୌନ୍ଦର୍ଯ୍ୟ ରେ

ମୁଗ୍ଧା ବାଇ ଠାକୁରାଣୀ

ନଗର ପରିକ୍ରମା ଅଭିମୁଖେ

ଧରିତ୍ରୀ ବକ୍ଷେ ପଡେ ତାଙ୍କ ପଦଯୁଗଳ!

ଲକ୍ଷ୍ମୀ ପ୍ରାପ୍ତି

ଜନତା ବାସୀ

ନିଷ୍ଠାପର ଭାବେ

ପରିଷ୍କାର ପରିଚ୍ଛନ୍ନତା

ବାଧ୍ୟ ବାଧ୍ୟକତା, କର୍ତ୍ତବ୍ୟ ନିଷ୍ଠା ରେ

ଭକ୍ତିଭାବ ଭାବେ

ନିଜସ୍ୱ କରେ

ସ୍ୱାର୍ଥ କୁ ଆବୋରି

ଆଗାମୀ ପିଡିକୁ ଚାହିଁ!!

ମାଣବସା ଗୁରୁବାର ନାମେ

ଉଲ୍ଲାସରେ ମାତିଯାନ୍ତି

ହିନ୍ଦୁ ଧର୍ମୀ ନାରୀଗଣ

ଲକ୍ଷ୍ମୀ ପାଦପଦ୍ମ ଫୁଲ ଚିତା

ଧାନ କେଣ୍ଡା ର ଜଟ

ସ୍ଥାପନ କରେ ଆସ୍ଥାନେ

ଘଣ୍ଟ ଘଣ୍ଟିଶଙ୍ଖ

ହୁଳହୁଳି ର ଧ୍ୟ୍ୟନି

ଗେଣ୍ଡୁ ଫୁଲ ର ଗଜରା ମାଳରେ

ନିଜକୁ ହଜେଇ ଦିଅନ୍ତି

ବାଇ ଠାକୁରାଣୀଆଉ ସବୁଜ ସକାଳ

ନୀଳ ଆକାଶକୁ ଚାହିଁ

ମୁରୁକିମୁରୁକି ହସେ

ପ୍ରକୃତି ରାଣୀ!!


କିନ୍ତୁ,

ସବୁଜ ଗାଲିଚା ରେ ବସି

ସ୍ମାରଣେ ସ୍ମୁତି କୁ

ପ୍ରୀତି ଭରା ଲୁହେ

ଧରିତ୍ରୀ ମାଆ ର

ସଫେଦ ପଣତ କାନିରେ

ଝଲୁକୁ ଥାଏ

ଲକ୍ଷ୍ମୀ ପାଦର ଚି଼ହ୍ନ!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama