ଏ ଭାଗ୍ୟର ସୂର୍ଯ୍ୟାସ୍ତ କେବେ
ଏ ଭାଗ୍ୟର ସୂର୍ଯ୍ୟାସ୍ତ କେବେ
ସୁଖତ ରହିଛି ଆରପାରିରେ
ଦୁଃଖତ ରହିଛି ପଡିଶା ଘରେ,
ଧନ ସମ୍ପତ୍ତି ବଂଧା ପଡିଛି
କୁବେର ପାଖେ |
ଭଣ୍ଡାର ଘର ପଡିଲା ଖାଲି
ପାକଶାଳେ ଗଡୁଛି ଶୂନ୍ୟହାଣ୍ଡି
ଜୀବନ ବିକଳେ ଜୀବ ଜୀବାତ୍ମ୍ୟ
ଭାଙ୍ଗୁଛି ହାଣ୍ଡି |
ଭାଗ୍ୟ ତ ଆସିଛି
ଦିନରେ ରାତିକୁ ନେଇ
ଅନ୍ଧାର ଭିତରେ ଆଲୋକ
ଟିକେ ପାଇଵା ପାଇଁ
ସମୟକୁ ପଚାରେ
କାହାକୁ ନେଇ ବଞ୍ଚିବି ଓ ବଞ୍ଚାଇବି,
ଖୁସି କାନ୍ଦୁଛି ଲୁହ ଗଡାଇ |
ଆକାଶ
ବଢାଏ ହାତ ପୋଛି
ଦେଵାକୁ ଲୁହ ତାହାର
ଝଡ଼ ବତାସ
ଭାଙ୍ଗିଦିଏ ତା ହାତ |
ପୃଥିବୀ କାନ୍ଦୁଛି ଅସହାୟ ହୋଇ
ସାହାରା କାହାକୁ ପାରୁନି ଦେଇ
ହାତ ଟେକି ଦେଇ କହୁଛି
ହେ ବିଧାତା ସୃଷ୍ଟିକର୍ତ୍ତା
ସବୁଜ ଫୁଲ କଢ଼ିକୁ
ଦଂଶନ ନ କରି
ସୃଷ୍ଟିକୁ ଭଷ୍ମ କରନା
ଗରଳ ଢାଳି |
ସନ୍ତାନ ଜୁଇର ବିଭୂତି
ଦେହରେ ନ ବୋଳ ଆଉ
ମାଆ ହୋଇ ମାଟିର ଛାତିକୁ
ପଥର କଲ,
ଖୁସିକୁ ଚାହିଁ
ଆଖିର ପାଣି ଆଖିରେ ମଲା
ଦୁଃଖର ସୀମା ଟପି
ଯନ୍ତ୍ରଣାରେ ବଞ୍ଚିଵା ଆଉ କେତେ ରାତି କେତେ ଦିନ
ହେ ବିଧାତା କହି କି ପାରିବ
ଏ ଭାଗ୍ୟର ସୂର୍ଯ୍ୟାସ୍ତ କେବେ ???
