Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nirmala Nayak

Action Fantasy Inspirational

3  

Nirmala Nayak

Action Fantasy Inspirational

ବିଶ୍ୱ ନାୟିକା ସାଜିଛି "କରୋନା"

ବିଶ୍ୱ ନାୟିକା ସାଜିଛି "କରୋନା"

1 min
217


"ପ୍ରଳୟଙ୍କରୀ ବନ୍ୟା"ରୁ ଜାତ 

ଲାବଣ୍ୟବତୀ ନାମରେ "ପରିଚିତ", 

      ସୁନାନାକୀ ସୁନ୍ଦରୀ ସେତ 

       ଶାଢ଼ୀ କାନି ବଦଳେ.... 

       ମଖମଲ ଓଢଣୀରେ 

       ବାନ୍ଧିଛି କଳିଯୁଗ ଅମାନତ 

       ସତ୍ୟର ପୂଜାରୀ --

           "ସତ୍ୟବାନ ସେତ" |

"ବିଶ୍ୱାସ"ରେ ପଲିଥିନ ଢାଙ୍କି... 

"ଅବିଶ୍ୱାସ"ର ଗଙ୍ଗାଜଳ ଛିଂଚେ... 

"ସୋମରସ" ପାନ କରି ---

ଅଗ୍ନି ପରୀକ୍ଷା ଦିଏ "ଅଗ୍ନି ଅବରୋଧ"

          ଉପଢ଼ୋଙ୍କଣ ଢାଙ୍କି |

ସରକାରୀ ନିୟମ ନକରି ଉଲଘଂନ 

"ନମସ୍କାର" କରେ ଦୂରତା ଦେଖାଇ 

"କରୋନା" ଭୁତାଣୁ ଆତଙ୍କେ |

     ପିତୃଶ୍ରାଦ୍ଧ... ମାତୃଶ୍ରାଦ୍ଧ...

     ପିତୃପୁରୁଷଙ୍କୁ ପୁଜି ପାରେନା 

     ମହାମାରୀ 'କରୋନା' ଆତଙ୍କେ |


ଜନ୍ମଉତ୍ସବ... ବିବାହ ମହୋତ୍ସବ... 

ପାଳେ ସେ ମହାଆନନ୍ଦେ |

ଦେବା ଦେବୀ ଦର୍ଶନ... 

ପୂଜାପର୍ବ... ପର୍ବାଣୀ... 

ସବୁ କଟକଣା... 

    ଭୁଲି ଯାଇଛି --ଏ ମାନବ ଜାତି... 

"କରୋନା" ମହାମାରୀ ପୃଥିବୀକୁ 

     "ହେଟା ବାଘ"ପରି ଜଗି ବସିଛି |

ଅଭିନୟ ରଙ୍ଗମଞ୍ଚେ 

ରଙ୍ଗୀନ ପରଦାଟାଣୀ.... 

କ୍ଲବ ଘରେ ଯୋଗ ସାଧନା କରେ 

       ଅଭିନେତା... ଅଭିନେତ୍ରୀଗଣ |

ହସ... ଖୁସି... 

ସୁଖ... ଦୁଃଖ... 

  ଭଲ ମନ୍ଦରେ ଲିପ୍ତ ପରିବାର ସଦସ୍ୟ 

    ଚିନ୍ତା... ଦୁଃଚିନ୍ତା... 

      ଅଥଳ ସାଗର ଲହଡିରେ ଭାସୁଛି |

      "ବିଶ୍ୱ" ଆଜି ଆଖି ମଳି ମଳି କାନ୍ଦୁଛି |

      ପ୍ରକୃତ ରାଣୀକୁ ମମତା ବନ୍ଧନରେ ବାନ୍ଧିଛି... 

     ସେତ "କରୋନା" ହୋଇଛି... 

       ଆଜି "ବିଶ୍ୱ ନାୟିକା" |


                     


Rate this content
Log in

Similar oriya poem from Action