STORYMIRROR

Debabrata Mishra

Abstract Tragedy Action

4  

Debabrata Mishra

Abstract Tragedy Action

ଖୋଜିବନି କେହି ଖୋଜିବନି

ଖୋଜିବନି କେହି ଖୋଜିବନି

1 min
292


ହଜିଗଲେ ଜମା ଖୋଜିବନି

ଜୀବନର ସେହି ଅନ୍ତିମ ଗର୍ତ୍ତରେ ପଡ଼ିଗଲେ

ରଶି ମାଧ୍ୟମରେ ଉଠାଇବାର 

ପ୍ରୟାସ କେବେ ବି କରିବନି,


ଯଦି କେବେ ଲାଗେ 

ହାରିଯାଇଛି ଶରୀରଟା ଏଇଠି

ସେହି ସନ୍ଧିକ୍ଷଣରେ ଆଉ

ଉତ୍ସାହ ଆଶ୍ୱାସନା ସେ ମନରେ ଭରିବନି,


ନିଃଶ୍ୱାସ ପ୍ରଶ୍ୱାସ ଯଦି ସରିଯାଏ

ଶବଟିକୁ କେହି ଛୁଇଁବନି,

ଦାନ ଦେଇଦେବ କେଉଁ ଏକ

ଚିକିତ୍ସା ବିଶ୍ୱବିଦ୍ୟାଳୟର ବିଜ୍ଞାନ ବିଭାଗକୁ

ଜୁଇ ନିଆଁରେ ଜମା ପୋଡିବନି,


ଯେତେ ଇଛା ଗାଳି ଦେବ ସଭିଏଁ 

ପ୍ରଶଂସାର ଶବ୍ଦଟିଏ ଭୁଲରେ ବି କହିବନି,

ସେ ଶରୀର ତୁଚ୍ଛ ଶରୀରଟିଏ 

ସତ ହେଉ ବା ମିଛରେ 

କେହି ଜମା ସେ ଶରୀର ପାଇଁ କାନ୍ଦିବନି,


ହସିପାରିବ ଯେତେ ଇଛା ଦେଖି ସେ ଶରୀର

ତର୍କ ବିତର୍କ କରିବ ପଛେ କରିପାର

ଶୋକସଭା ଶ୍ରଦ୍ଧାଞ୍ଜଳି ଆଦି ସଭା 

ଅଯଥା ଜମାରୁ କେହି ପାଳନ କରିବନି,


ହଜିଗଲେ, ଆପଣାର ପର କେହି ବି

ବ୍ୟର୍ଥ ଅର୍ଥ ସମୟ ଲଗାଇ ଖୋଜିବନି

ଗଢିବାର ଦକ୍ଷତା କେବଳ ପରମାତ୍ମାଙ୍କର

କେହି ଅନ୍ତରରୁ ତିଳେ ବି ଭାଙ୍ଗିବନି।


ଖୋଜିବନି ଜମାରୁ ବ୍ୟସ୍ତ ନହୋଇ 

ଯେ ହଜେ ସେ ହଜିବା ପାଇଁ ହଜେ

ଖୋଜିବାଟା ଏକ ବିପଦ ପଥର ଦିଗ ମାତ୍ର ହେବ

ତେଣୁ କେହି ଖୋଜିବନି ଜମା ଖୋଜିବନି।




Rate this content
Log in

Similar oriya poem from Abstract