ମଣିଷ ନା ରକ୍ଷାସ
ମଣିଷ ନା ରକ୍ଷାସ
ନିଆଁର ଆଁରେ ପୋଡି ପାଉଁଶ
ସମ୍ଭାବନା ଓ ସ୍ବପ୍ନର ମୁଗ୍ଧ ପରିବେଶ
ସଚେତନ ହେଉନି ମଣିଷ
ନିଜେ ନିଜର କରୁଛି ଧ୍ବଂସ
ଛଡେଇ ଅନ୍ୟର ହସ ହେଉଛି ପାଉଁଶ
ଜଣେ ଅଛି ଉପରବାଲା ବିଶ୍ୱାସ
କଥାରେ ନୁହେଁ କାମରେ ଦେଖାଇବା ଆସ
ତାଙ୍କ ନାମ ନେଇ ଖସିଯିବ ଛାଡି ସେ ଆଶ
ନିଆଁରେ ଖେଳିଲେ ପାଉଁଶ ଅବଶ୍ୟ
ଏବେବି ସମୟ ଅଛି ନକରି ପ୍ରକୃତି ଧ୍ବଂସ
ନମାରି ପଶୁ ପକ୍ଷୀ ଆହରଣ କରି ବିଷ
ନିଜକୁ ନିଶେଷ କରିବା ପୂର୍ବରୁ ନିଜ ରକ୍ତମାଂସ
ଗଢ଼ିଛି ଯିଏ ଏ ବିଶ୍ୱ
ତାକୁ ଛାରଖାର କରିବା ସାହାସ
କରିନଥିଲେ ପିତୃପୁରୁଷ
ତାଙ୍କ ଦାୟାଦ ଆମେ ସର୍ବଗିଳା ସାରସ
ପକ୍ଷରେ ତାକତ ନାମରେ ପରିବେଶ ଧ୍ବଂସ
ରକ୍ତପାତ ଯୁଦ୍ଧ ପରି ଅଣଚାଶ
ସୁନାମୀ ବାତ୍ୟା ଵୀଜାଣୁ ଭୁତାଣୁ ଭାଇରସ
ଏସବୁ ତ ନିଆଁଗିଳା ଅବଶେଷ ପାଉଁଶ
ବୁଝିବାକୁ ବାକି ନାହିଁ ଆଧୁନିକ ଯିବାସ୍ମ
ଆଉ କେତେଦିନ ଏମିତି ଆଣି ତ୍ରାସ
ଛଡ଼େଇବାକୁ ଅନ୍ୟ ହସ ସଙ୍ଗେ ନିଜ ମାଟି ଶସ୍ୟ
ଆଜିର ସଭ୍ୟ ଆଧୁନିକ ମଣିଷ
ଗାନ୍ଧି ଗୋପବନ୍ଧୁଙ୍କ ପରି ନହୋଇ ମନୀଷ
ପାଲଟିଯାଇଛି ନିଶ୍ଚୟ ନିଆଁରୂପୀ ରାକ୍ଷାସ
