STORYMIRROR

PURNA CHANDRA PANDA Purna

Action Classics Others

3  

PURNA CHANDRA PANDA Purna

Action Classics Others

ସ୍ଵଚ୍ଛ ଚିନ୍ତନ

ସ୍ଵଚ୍ଛ ଚିନ୍ତନ

1 min
651

ପାପକୁ ସଂଚୟ କରି ମୃତ୍ୟୁକୁ କେ ଲୁଚିକରି କର୍ମକୁ କେ ବାଛିକରି ହୋଇନି ଥୟ,, କୌଶଳେ ବିଭୂ ପ୍ରସନ୍ନ ବିନା ଅଧ୍ୟୟନେ ଜ୍ଞାନ କୃପାଣ ରକ୍ତ ରଂଜିତେ କରିନି ଜୟ,, ସତ୍ୟ ସନ୍ଧାନ ଏକ ପନ୍ଥା,, ଚକ୍ଷୁହିନେ ଧାତା ଯେହ୍ନେ ଯଷ୍ଟି ବ୍ୟବସ୍ଥା l


ଜୀବନ ଦର୍ଶନ ଆଶା ମୃତ୍ୟୁ ଚେତନାର ଭାଷା ସଭିଏଁ ହେଜିବା ଏହି ସତ୍ୟ ପ୍ରକ୍ରିୟା,ଚିରନ୍ତନ ଏ ଚେତନା ବାଦ୍ ପଡିପାରେନା ଆଗକୁ ବଢିବା ଶକ୍ତି କର୍ମ ପଣିଆ, ନିଜକୁ ସଳଖି ରଖିବା, ଯେତେଦିନ ଏଜୀବନ ବଞ୍ଚି ଶିଖିବl l


ଜୀବନେ ସଫଳ ପାଇଁ କଷ୍ଟ କାମ ହାତେ ନେଇ ପ୍ରଥମେ ସାରିଦେବାକୁ ହେବ ପ୍ରଯତ୍ନ,

ବାଧା ଆଉ ବିଘ୍ନ ପରି ଭୟlନକ ସ୍ଥିତି ଭାରି ତେବେ ଆସେ ଯେବେ ମୂଳ ଲକ୍ଷ୍ୟ ଅଯତ୍ନ,,

ଜ୍ଞାନ ଓ ବିଶ୍ୱାସ ବଳରେ

ସବୁଠୁ କଠିନ ଦିଶା ସରେ ବେଲରେ l


ତତେ ମୁଁ ଖୋଜୁଛି ସେତିକି ଯେତିକି

ନୀଳଆକାଶରେ ଖୋଜୁଛି ଜହ୍ନ,

ତୁ'ମତେ ଝୁରୁଛୁ ସେମିତି ଯେମିତି

କାକର ପରଶେ କଇଁର ମନ l


ମୋକ୍ଷ ହେଉ ଅବା ଭୋକ ଧର୍ମ ଧାରଣର ସୁଖ

କିବା ଅଧର୍ମ କlରଣୁ ମହୀ ଅଧୀରl,

କର୍ମରେ ଥାଉ ବା ପ୍ରଶ୍ନ ଵିଧ୍ଵଂସେ ହୋଇ

ବିବଶ ମାନବ ବlଦର ନୂଆ ଦିଶା ମୋହରl

ପୁଣ୍ୟ ଅବା ପାପର ଭରା

ନାସିବାକୁ ଦିବ୍ୟ ଜନ୍ମ ନିଅନ୍ତି ପରା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action