STORYMIRROR

Kabiratna Nutan Kumar Behera

Abstract Action

4  

Kabiratna Nutan Kumar Behera

Abstract Action

ପ୍ରତିଫଳନ

ପ୍ରତିଫଳନ

1 min
425

      

ପ୍ରତି ପ୍ରଭାତରେ ଉଇଁ ଆସିଲେ ସୂରୁଜ

ଶର୍ବରୀର ଘନ ତମସା ଦୂରେ ଯାଏ ଅପସରି

ଆଲୋକର ରଶ୍ମି ହୁଏ ବିଚ୍ଛୁରିତ

ଚତୁର୍ଦିଗ ଉଜ୍ଜ୍ଵଳତାରେ ହୁଏ ଉଦ୍ଭାସିତ 

ଗୋଲାକାର ପୃଥିବୀର ଏକ ପାର୍ଶ୍ଵ

ପଦାର୍ଥ ଅବା ବସ୍ତୁ ଉପରେ ପଡି

ସେ ଆଲୋକ ହୁଏ ପ୍ରତିଫଳିତ

ଦୃଷ୍ଟି ଗୋଚରକୁ ଆସେ ଯେତେ ଦୃଶ୍ୟ

ଆବିଷ୍କୃତ ହୁଏ ତାର ସତ୍ୟାସତ୍ୟ

ଏ ପ୍ରକୃତିରେ ଆଲୋକର ପ୍ରତିଫଳନ

ସମାଜେ ମାନବ କରେ ଯା' ଯା' କର୍ମ

ମନରେ ହୁଏ ତାର ସୂକ୍ଷ୍ମ ପ୍ରତିଫଳନ

ହୃଦୟେ କରି ତାକୁ ଅନୁଭବ

ଭାବ ବିନିମୟେ କରିଥାଏ ତା'ଦୃଶ

କ୍ରିୟାର ପ୍ରତିକ୍ରିୟା ବିପରୀତ ଓ ସମାନ

ଏ କ୍ରମର ଧାରା ଚାଲିଥାଏ ନିରନ୍ତର

ବ୍ୟକ୍ତି ବିଶେଷର ସ୍ବଭାବ ଚରିତ୍ରକୁ ନେଇ

ହୋଇଥାଏ ତାର ଆଚରଣ ଉଚ୍ଚାରଣ

ସହଜେ ହୁଏନା ତାର ପରିବର୍ତ୍ତନ

ଯିଏ ଯେତେ ଦେଉ ବାଧା କି କରୁ ବାରଣ

କରିଥାଏ ତାକୁ ସେ ପ୍ରତ୍ୟାଖ୍ୟାନ

ବିଧିର ବିଧାନେ ହୁଏ ତାର ପ୍ରତିଫଳନ

ଉଦୟ ଅସ୍ତ ଦିନ ରାତି ଜନ୍ମମୃତ୍ୟୁ ପରି

ପ୍ରକୃତିର ନିୟମ ଶାଶ୍ଵତ ଚିରନ୍ତନ ସତ୍ୟ

ଦେଖାଇଲେ ସୁନ୍ଦର ଆଚାର ବ୍ୟବହାର

ବିନିମୟେ ମିଳେ ସେହି ପ୍ରକାରର

ଭଲ ପାଇଲେ ମିଳେ ଭଲ ପାଇବା

ହିଂସା ଘୃଣା କଲେ ମିଳେ ହିଂସା ଘୃଣା 

ସମ୍ମାନ ଦେଲେ ମିଳଇ ସମ୍ମାନ

ବିନିମୟରେ ଏ ସଂସାରର ସଂପର୍କ ବନ୍ଧନ

ଯଦି ହୁଏ ତାର କିଛି ନା କିଛି ବି ବ୍ୟତିକ୍ରମ

କେଉଁଠି ନା କେଉଁଠି ରହିଛି ଅସ୍ଵଚ୍ଛତା

ଚିତ୍ର ଚରିତ୍ରର ହୁଏ ନାହିଁ ସଠିକ ସ୍ମରଣ

ହୁଏତ ମଣିଷର ସ୍ମରଣରେ ନ ଥାଏ

ତାର ଆକଳନ ଶେଷ ପର୍ଯ୍ୟନ୍ତ

ପୂର୍ବାପର ସବୁ ସଂପର୍କର ଯୋଗସୂତ୍ର

କିଛି ଭୁଲିଯାଏ କିଛି କରିଥାଏ ଅଜ୍ଞାତରେ

କିଛି ଥାଏ ଅଜଣାତରେ ଅବଚେତନତାରେ

ପାଇ ସେ ତାର କର୍ମର ପ୍ରତିଫଳ

ନିଜ ମାନସିକତାକୁ ନେଇ କରେ ସମୀକ୍ଷା

ପ୍ରକୃତିର ନୀତି ନିୟମ ସିଦ୍ଧାନ୍ତରେ ଏ ସ୍ବତଃସିଦ୍ଧ

କରେ ନାହିଁ ଅପରିପକ୍ବ ଜ୍ଞାନରେ ସ୍ବୀକାର

ଦୋଷାରୋପ କରେ ଅଯଥା ଭିନ୍ନ ଭିନ୍ନ

ଠିକ୍ କି ଭୁଲ୍ କରୁ ମଣିଷ ଯେଉଁ ସ୍ତରରେ

ପୁଣ୍ୟ କରୁ କି ପାପ କରୁ ଜ୍ଞାତ କି ଅଜ୍ଞାତରେ

ସବୁ ହୁଏ ସାରା ସମାଜରେ ପ୍ରତିଫଳିତ

ତାର ଏ ପ୍ରତିଫଳନ ହିଁ ପାର୍ଥିବ ଜୀବନ।


Rate this content
Log in

Similar oriya poem from Abstract