ତୁମ ଗାଁ
ତୁମ ଗାଁ
ତୁମରି ଗାଁର ନୀଳ ଆକାଶରେ
ଫୁଟେ ଯେବେ ତାରା ଫୁଲ,
ସଞ୍ଜ ନଇଁ ଗଲେ ରାତିର ବୟସ
ବଢ଼ିଲେ ବଢ଼ଇ ମୂଲ l
ତାରା ମରିଗଲେ ଗଭୀର ରାତିରେ
ଆସେ ଧିରେ ଜହ୍ନ ଉଇଁ
ଠିକ ସେତେବେଳେ ମୋ ମନ ଆକାଶେ
ତୁମ ସ୍ମୃତି ଆସେ ଚେଇଁ l
ଆପେ ବସିଥିବ ପାଖେ ଆଉଜାଇ
ମୁହଁ ଥିବ ଚlନ୍ଦ ଚାହିଁ
ମୁଁ ଦେଖୁଥିବି ଅଲରା କୁନ୍ତଳ
ହାତ ଥିବ ସାଉଁଳାଇ l
ଚୁପି କହୁଥିବ ମୁଁ ଶାଳଗ୍ରାମ
ନିଜେ ପୁଜାରିଣୀ ତାର,
ଜୀବନେ ପାଇଛ ଭଲ ମତେ ସିନା
ନଈକୂଳ ସାକ୍ଷୀ ଯାର l
ଘନ ନୀଳ ବେଣୀ ପାରୁଥିବି ଥିରି
ବଉଳ ଫୁଲ ଗଭାରେ
ଥିରି ସମୀରରେ ନୂଆ ଶିହରଣେ
ଗୁଣୁ ଗୁଣୁ ଗୀତ ସ୍ୱରେ l
ନିର୍ଲିପ୍ତ ଆନନ ଆକାଶ ଦର୍ଶନୁ
ବିରତ ହେଉ ନଥିବ
କୋଳେ ଆଉଜାଇ ଆଣିଲେ ଶ୍ରଦ୍ଧାରେ
କୁହ ଜହ୍ନ ଦେଖୁଥିବ l
କୋକିଳ କଣ୍ଠର ଭାଷାର ମହକେ
ସାରା ରାତି ବିତୁଥିବ,
ମହକି ଉଠିବ ବନ କ୍ଷେତ୍ର ମାଳ
ଝିଙ୍କାରୀ ଝିଙ୍କାରୁ ଥିବ l
ତମ ଛୁଆଁ ପାଇ ସ୍ବର୍ଗ ସୁଖ ଯାହା
ଅନୁଭବିବି ଅନ୍ତରେ
ଲlଜେ ଯେବେ ସହୀ ମୁହଁ ଢାଙ୍କି ଦେବ
ଚୁମ୍ବନ ଦେବି ଗଣ୍ଡରେ l