ଆଖି ତୁମର
ଆଖି ତୁମର
ତୁମର ସେ ଆଖି ମତେ ନିଏ ଡାକି
ମେଘ ଶେଷ ଯେଉଁଠାବରେ ହୁଏ
ତୁମ ଘନ କେଶ ଆକର୍ଷଣ କରେ
ଯେବେ କେବେ ତାରେ ମୁଁ ଛୁଇଁ ଦିଏ ।
ଅଣ୍ଟା ସରୁ ଚାଲି ମନୋଲୋଭା କ୍ଷୀଣ
ତନୁତୋ ଶ୍ୟାମଳ ଥିରି ଲୋ ସ୍ୱର
ତରଙ୍ଗlୟିତର ସିନ୍ଧୁ ସ୍ଵଭାବ ଯା
ଝରିଯାଏ ଗନ୍ଧ କବରୀ ଭାର ।
କଳା ମେଘ ଭ୍ରମ ଆହା ସଖୀ ତଵ
ବସନ୍ତ ବିଟପୀ ଶ୍ୟାମଳ ପତ୍ର
ଲେକ୍ଷେ ବିଳାସିନୀ ଖଟିବେ ପୟରେ
ଉଦିଆ ଅରୁଣ ତୋ ମୁଖ ନେତ୍ର ।
ଯେତେ ଦେଖୁ ଥିଲେ ନୂଆ ଦିଶୁ ଥାଉ
ପଦ୍ମ ପତରରେ ଜୀବନ ପରି
ନୀଳ ମେଘେ ଯେହ୍ନେ ଆରଦ୍ରା ଦିଶଇ
ହିମପ୍ରବାହ ରେ ଶିଶିର ଝରି ।
ନାହିଁ କେହି କାହିଁ ବାଟ ଅଛୁ ଚାହିଁ
ଜାଣିନୁ ରହିଚୁ ବର୍ଷାରେ ଭିଜି
ତୋ ତନୁ ପରସ ପାଇ ଯତି ବଶ
ଚତୁର୍ଥ କହୁଛି ନବ ଯୁବା ଆଜି ।