STORYMIRROR

PURNA CHANDRA PANDA Purna

Others

3  

PURNA CHANDRA PANDA Purna

Others

ଦାନ

ଦାନ

1 min
131


ଭବିଷ୍ୟଜ୍ଞାତା ସହଦେବ କହିଲେ

ଜଗନ୍ନାଥ ଦେବତାଙ୍କୁ 

ପବନ କୁମର ଈଶ୍ୱରେ ମାଗନ୍ତୁ

ସିଂହନାଦର ରଡିକୁ ll


ଗୋବିନ୍ଦ କହିଲେ ଏବେତ ଭୀମକୁ

ବିଶ୍ୱନାଥେ ବରାମଗ

ଯେଉଁ ଶବ୍ଦେ ମାନଗୋବିନ୍ଦ ବାହାର

ସରୋବରୁ ହେବ ଆଗ ll


ତୃତୀୟ ଧ୍ୟାନେଣ ଚିନ୍ତିଲl ଈଶ୍ୱର

ଶୂଳପାଣିସନ କମ୍ପେ  

ଧ୍ୟାନେ ପଞ୍ଚାନନ ଜ୍ଞାନ୍ତ ହ୍ଵନ୍ତେ ଦେବ

ପାର୍ବତୀ ମାତାଙ୍କୁ ସମ୍ପେ ll


ଆମ୍ଭ ସିଂହନାଦ ବୀର ବୃକୋଦର

ମାଗେ କରହେ ବିଚାର 

ହିମାଦ୍ରୀ ବୋଲନ୍ତି ଉପୁଗାରି ସିଏ

କୈଳlସ କଲେ ଉଦ୍ଧାର ll


ଦିଅ ସତ୍ୟ ଧର୍ମ ସ୍ଥାପନର ହେତୁ

ପାପ କ୍ଷୟ ଆର୍ଯ୍ୟlବର୍ତ୍ତୁ

ପାଣ୍ଡବର ହେତୁ ତୁମ୍ଭେ ବ୍ରତିଅଛ

ନାଶ କର ତାଙ୍କ ଶତ୍ରୁ ll


ଈଶ୍ୱର ନାଦେ ବୋଇଲେ ତିନିଘlନ୍ତି

ମାତ୍ରକ ଭୀମେ ଦେଇବୁ  

ତଦ ପରେ କପିଳାସେ ଲେଉଟି

ଚିରିକୂଟିରେ ପଶିବୁ ll


ସିଂହନାଦ ଗମନ୍ତେଯେ ପ୍ରସରଇ

ଅବନୀମଣ୍ଡଳେ ବାୟୁ  

ଦଶଦିଶ ଭୟଙ୍କର ରୂପ ପ୍ରତେ

ସତେକାଳlନଳ ଆଉ ll


ଆଦିତ୍ୟହୁଁ ସତେ ଗୁଣ ପ୍ରଖରରେ

ତେଜୋବନ୍ତ କରଇରେ  

ଧରତ୍ରୀ ମଣ୍ଡଳେ ଆନ୍ତରିକ୍ଷ ପରେ

ଉପସ୍ଥିତ ସରୋବରେ ll



Rate this content
Log in