STORYMIRROR

PURNA CHANDRA PANDA Purna

Action Classics Others

3  

PURNA CHANDRA PANDA Purna

Action Classics Others

ମାଗିବା ଵାଲା ଥରେ

ମାଗିବା ଵାଲା ଥରେ

2 mins
166


ପଡ଼ିଶା ଘରର ପିତା , ମାଗିଲା ଆସି ସେ କତା

କହିଲା କାତାଟା ଦିଅ, ଡାଳଟେ ହାଣିବ ପୁଅ l

ତାକୁ ମୁଁ କତାଟି ଦେଲି, କହି ଦେଇଦେବୁ ବୋଲି

କହିଲା ନିଶ୍ଚିତ ରୁହ, ଆଣିଦେଇଯିବ ପୁଅ ll


ସେ ଦିନଟି ଗତ ହେଲା, କତା ଦରକାର ହେଲା

ଖୋଜିଲି କତା ମୁଁ ଘରେ, ଘରଣୀ କହିଲେ ଧିରେ ll

ମନରେ କି ତମ ନାହିଁ, ପିତା କତା ଅଛି ନେଇ

ଯାଉନ ଟିକିଏ ମାଗି ଆଣିବହେ, ଅଛି ଏବେ ସିଏ ଘରେ ll


କତା ମାଗିବାକୁ ଗଲି, ପିତା ପିତା ଡାକ ଦେଲି,,

ଘରୁ ଥାଇ ସେ କହିଲା କାହିଁକି ଡାକୁଛୁ ଭଲା,,

କହିଲି କାତା ମୋ ଦେଏ, ମୋର ଅଛି କାମ ଟିଏ

କହିଲା ଭାଇରେ ପାଉନାହିଁ ମୁହିଁ ପୁଅ କାହିଁ ରଖିଦେଲା ll


ଫେରିଯାଆ ଏବେ ଭାଇ, ପିକିନିକି ଅଛି ଯାଇ

ପଅରିଦିନ ଆସିଲେ ଖୋଜାଖୋଜି କରି ଭଲେ,

ତୋ ପାଖରେ ନେଇ କତା ଦେଇ ଦେବି ସତ କହୁଛି ମୁଁ ଭଲେ ll


ତହୁଁ ଫେରି ମୁଁ ଆସିଲି କାନ ମୁଣ୍ଡ ଆଉଁସିଲି

ଦରବ ମୋ ଥାଇ କାମ ହେଉ ନାହିଁ ବିରକ୍ତି ଟିକିଏ ହେଲି,

ପୁଅ ତାର ଆସିଗଲା ଭରିଯା ଖବର ଦେଲା

ଯାଉନ ତା'ପୁଅ ଘରେ ଏବେ ଅଛି ଆଣିବ କାତଟା ଭଲା ll


ଯାଇ ତାର ଘରେ ହେଲି ପିତା ପିତା ଡାକ ଦେଲି

ଭlରିଯା ତାହାର ହାତେ ଓଢଣୀରେ ଆସିଲା ପାଖେ ମୋ ଚାଲି,,

କାହିଁକି ଡାକୁଛ ନନା... ବାପପୁଅ ଗଲେ ମୋର ବାପଘର

ଆସିବେ କାଲିକୁ କତା ନେଇ ଦେବେ କାଲି ll


ପରାସ୍ତ ସୈନିକ ପରି ସେଠାରୁ ଆସିଲି ଚାଲି

ସବୁକଥା ଭଲେ ବୁଝାଇ କହିଲି ଶୁଣିଲା ମୋ ଘରବାଲି ll

ଥରେ ସିଏ ମାଗିନେଲା ମୋ ମାଗିବା ଏକାଧିକ ଥର ହୋଇଗଲା

କିଏବା ଶୁଣିବ ଏ ଅଡୁଆ କଥା କାହାକୁ କହିବି ଭଲା ll


ରାଗରେ ମାଗିଲି ନାହିଁ ସେ ମଧ୍ୟ ଫେରାଉ ନାହିଁ

ବାଟରେ ଘଟରେ କେବେ ଦେଖା ହେଲେ କହେ ଦେବି ଆଜି ଭାଇ,

ଦିନେ ମାଗିବାକୁ ଗଲି କହିଲା ତା'ଘର ବାଲି

ସାମନ୍ୟ କତାଟା କେତେ ଆସୁଅଛ ଦେଇ ଦେବେ ନେଇ କାଲି ll


ଘଟଣା ସନ୍ଦେହ ହେଲା ବୁଝା ବୁଝି କଲି ଭଲା

କତାଟା ସେଦିନ ପୁଆତା ଜଙ୍ଗଲେ ହଜାଇ ଦେଇଛି ଭଲା

ସିଧା ସିଧା ପଚାରିଲି ଜଙ୍ଗଲେ ହଜିଛି ବୋଲି,,

ମାନିଗଲା ପିତା ନିଉନେ କହିଲା କିଣି ଦେବ ଗୋଟେ ବୋଲି ll


ଥରେ ସିଏ ମାଗି ନେଲା ମୋର ଦଶଥର ହେଲା

ତଥାପି ମୋ ଚିଜ ମତେ ମିଳିଲାନି ଦରବ ମୋ କେଣେ ଗଲା,,

ମାଗିବା ଵାଲା ତ ଥରେ ମାଗିନେବ

ତମେ ମାଗୁଥିବ ଭଲା,

ଆଜିର ଏ ଯୁଗ ଏହି ପରି ଭାଇ ମାଗିଲେ ଲାଗିବ ପାଲା ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action