ବନ୍ଦେ ଶ୍ରୀଗଜ ବଦନ ଶ୍ରୀବିନାୟକଙ୍କ
ବନ୍ଦେ ଶ୍ରୀଗଜ ବଦନ ଶ୍ରୀବିନାୟକଙ୍କ
ଘଣ୍ଟ ବାଦ୍ୟ କର ତାଳେ ପୁଷ୍ପାଞ୍ଜଳି ମନ୍ତ୍ର ଧ୍ୱନୀରେ,
ପ୍ରଣତି ଜଣାଇ ଆବାହନ କରେ
ବୁଦ୍ଧି ବିଦ୍ୟା ଜ୍ଞାନ ଦେଇ ଗଢ଼ି ତୋଳିବ ନୂତନଦୁନିଆ,
ଖୁସିରେ ରହିବେ ସର୍ବେ ସଂସାରେ |୧|
ଦୁଃଖ ନାଶକାରୀ ଲମ୍ବୋଦର ଗିରିଜା ନନ୍ଦନ
ସଙ୍କଟ ମୋଚନ ଅମ୍ବିକା ନନ୍ଦନ
ନୈବେଦ୍ଯ ଘେନ ମୋର, ଦୂର କର ସର୍ବ ବିଘ୍ନ
ମୋତେ ପଥ ଦେଖାଇଣ |୨|
ବନ୍ଦେ ବିନାୟକ ଜନ୍ମ ହୋଇଥିଲ ଆଜ
ଭାଦ୍ରବ ମାସର ଶୁକ୍ଳ ଚତୁର୍ଦ୍ଦଶୀ ଦିନ
ନମସ୍ତେ ନମସ୍ତେ ସ୍ତୁତି କରେ ମୁହିଁ, ଲମ୍ବୋଦର
ମହାକାୟ ଆହେ ତ୍ରିନୟନ |୩|
ଜ୍ଞାନର ଆଲୋକ ଦେଇ ଅଜ୍ଞାନକୁ ଦୂରକରି
ଭରି ଦିଅ ସଦବୁଦ୍ଧି ଜ୍ଞାନ ବିଦ୍ଯାର ଭଣ୍ଡାର<
/p>
ରୋଗ ବ୍ଯାଧି କରି ଦୂର, ସୁଖର ଜଳାଧାର ଢାଳିଦିଅ
ଆହେ ଜ୍ଞାନର ଭଣ୍ଡାର ଲମ୍ବୋଦର |୪|
ମୋର ନିବେଦନ, ଅଗ୍ରପୂଜ୍ୟ ବିଘ୍ନ ବିନାଶକ
ଗଣପତି ଗଜାନନ ପାର୍ବତୀ ନନ୍ଦନଙ୍କୁ
ସତ୍ୟ ଧର୍ମ ନ୍ଯାୟ ପଥେ ମୋତେ ନେଇଯାଅ,
ଚିହ୍ନେଇ ଦିଅ ମୋତେ ସବୁ ପକ୍ଷପାତୀଙ୍କୁ |୫|
ଚେହେରା ଦେଖାଇ ଦିଅ ମିଷ୍ଟଭାଷୀ ହୋଇ
କୁକର୍ମେରତ ସମସ୍ତ ମିଥ୍ଯାବାଦୀଙ୍କୁ
ସମସ୍ତଙ୍କୁ କହେ ଚୋର, ନିଜର କିରତିକୁ ଗାଏ ମହାନ,
ସେହି ଅଧମ ଅନ୍ୟାୟୀଙ୍କୁ |୬|
ହେ ଗଣେଶ ସିଦ୍ଧି ଦାତା କରେ ମୁହିଁ ଅଧମ
କରଯୋଡ଼ି ମିନତି,
ହସ ଖେଳାଇ ସବୁରି ମୁହଁରେ ଘୁଞ୍ଚାଇ ଦିଅ
ସମାଜରେ ଥିବା ସବୁ ବିପତ୍ତି |୭|