STORYMIRROR

Chinmayee Kanta

Tragedy Action Others

3  

Chinmayee Kanta

Tragedy Action Others

ପ୍ରଭାତ ଚିତ୍ର

ପ୍ରଭାତ ଚିତ୍ର

1 min
202

ସୁଭାଶିତ ସୁସଜ୍ଜିତ ସୌନ୍ଦର୍ଯ୍ୟରେ ଭରା ନୀଳ ଆକାଶ

ମନୋହର ଏଇ ପ୍ରେମର ଛୁଆଁ ଆନନ୍ଦ ରେ ସମୀର

ଓଠ ରେ ହସ ପୁଣି ନୟନେ ନୂଆ ସପନ ଦେଖାଇ 

ସ୍ୱାଗତ ଅଭିମୁଖେ ଘେନିଲେଣି ଦିବାକର l


କୋଇଲି ଗାଇଲା, କାଉ ବି ଡାକିଲା,

 ପୁଣି କିଚିରି ମିଚିରି ଶବଦ 

ଗର୍ଜନ ଛାଡିଲେ ଅତି ଉଲ୍ଲାସରେ

କେତେ ଜୀବ ପୁଣି ଗାଈ ଓ ବଳଦ l


ଆହା କି ମନଲୋଭା ପ୍ରଭାତ ଚିତ୍ରଟି

ଜିଣି ନିଏ ସଭିଙ୍କ ମନ,

ପ୍ରତି ଜୀବ ଏଇ ନୂଆ ସକାଳରେ

ପାଆନ୍ତି ଏକ ନୂଆ ଜୀବନ l


ଶାନ୍ତ ମନ, ଶାନ୍ତ ଏ ପରିବେଶ ମଧ୍ୟରେ ଭିଜିଯାଏ

ଏଇ ଆମ ପାଞ୍ଚଭୁତ ଶରୀର,

ପ୍ରକୃତିର ପ୍ରେମ ଆପେ ଟାଣିନିଏ

କରି ସଭିଙ୍କୁ ଆପଣାର

କି ମନଲୋଭା ଏ ପ୍ରଭାତ ଚିତ୍ରଟି

ଜାଗ୍ରତ କରେ ସଭିଙ୍କୁ 

କେତେ ଶଙ୍ଖନାଦ କେତେ ହୁଳହୁଳି ଶୁଣି

ଅତି ଯତନରେ ଗଢେ ନର ନିଜେ ନିଜକୁ l



இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Tragedy