ଫର ଫର ଉଡ଼େ ତ୍ରିରଙ୍ଗା
ଫର ଫର ଉଡ଼େ ତ୍ରିରଙ୍ଗା
ଫୁଲ ଫୁଟେ ଆଜି ପାଖୁଡା ମେଲାଇ
ପକ୍ଷୀ ଗାଏ କେତେ ଗୀତ
ଝରଣା ପାଣିର ସୁଲୁ ସୁଲୁ ସ୍ୱର
ମନ କରିଦିଏ ମୁଗ୍ଧ ।
ଶିଶୁ ଗାଏ ଏଠି ଜାତୀୟ ସଂଗୀତ
ଆକାଶେ ଉଡ଼ଇ ବାନା
ଆନନ୍ଦରେ ଏଠି ସ୍ୱାଧୀନ ଭାରତେ
ବାଆ ବଜାଇଲା ବୀଣା ।
ସ୍ୱାଧୀନ ଭାରତ ସ୍ୱାଧୀନ ମଣିଷ
ସ୍ୱାଧୀନ ପ୍ରତିଟି ଜୀବ
ସ୍ୱାଧୀନ ତାଙ୍କରି କର୍ମ କୌଶଳ
ସ୍ୱାଧୀନେ ନାଚେ ମାନବ l
ତ୍ରିରଙ୍ଗା ପତାକା ଫର ଫର ଉଡ଼େ
ଉଠାଇ ଦେଶର ନାମ
କେତେ ବୀରବର ସହିଦ ହୋଇଣ
କରିକି ମହାନ କାମ।