STORYMIRROR

Chinmayee Kanta

Romance Classics Others

4  

Chinmayee Kanta

Romance Classics Others

ଆତ୍ମାର ମିଳନ

ଆତ୍ମାର ମିଳନ

1 min
404

ଅବନୀ ମଧ୍ୟରେ ଅଚଳ ଘେରରେ

ନୃତ୍ୟ କରେ ଯେବେ ନୀର

ପାଦପ ଚୁମ୍ବନ ମୀନଙ୍କ କୀର୍ତ୍ତନ

ଆକର୍ଷିତ ହୁଏ ନର ll


 ଢେଉର ଉତ୍ପନ୍ନ ହିଡରେ ସେ ଲୀନ

 ଶିଳା ସାଥେ ପ୍ରେମ ଭାବ

 ଏତିକି ସୁନ୍ଦର ପ୍ରକୃତିଟି ମୋର

  ଗଢିଲେ ସତେ ଦଇବ ll


ଆତ୍ମାର ମିଳନ ପ୍ରକୃତି ପ୍ରେମରେ

ଭାବବିହ୍ଵଳିତ ହୋଇ

ଲୀନ ହୋଇଯାଏ ସେଇ ଧରା ଧାମେ

ସବୁକିଛି ଭୁଲିଯାଇ ll


 ବଞ୍ଚିଥାଇ ଯେବେ ଶାନ୍ତ ପରିବେଶେ

  ପଞ୍ଚ ମହାଭୂତ ସାଥେ

 ସମୟ କାଟିବ ଆନନ୍ଦରେ ତହିଁ

  ଆଃ କି ମନୋହର ସତେ ll


ସବୁଜ ଆକାଶ ମୁରୁକି ହସିବ

ଦେଖି ନୀଳ ରଙ୍ଗ ନୀର

ଦୁହିଁଙ୍କ ପ୍ରେମରେ ଆନନ୍ଦରେ ତହିଁ

ଅଗ୍ନି ଢାଳଇ ମିହିର ll

 

ସମୀର ବଜାଏ ଶଙ୍ଖ ନାଦ ପୁଣି

  ଲହରୀ ବଜାଏ ବାଜା

 ମାଛରଙ୍କା ପକ୍ଷୀ ନାଚଇ ଆକାଶେ

  ଭାବି ସେ ନିଜକୁ ରାଜା ll


  


 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance