STORYMIRROR

Chinmayee Kanta

Others

4  

Chinmayee Kanta

Others

ସେଇ ସମୟ

ସେଇ ସମୟ

1 min
285

ସକାଳ ସମୟ, ଲାଲ ଜରଜର

ପୂରୁବ ଆକାଶେ ପୂର୍ଵ ପରି

ସୂରୁଜ ଉଇଁ ଆସିଲେ,

କିଏ ଜାଣିଥିଲା କି ସେ ଦିନ

ସେଇ ସମୟ ଆଉ ସେଇ ମୁହୂର୍ତ୍ତ ସିନା

ସମାନ ଥିବ ହେଲେ ମୋ ପାଇଁ

ମୋ ପରିବାର ପାଇଁ ଅନ୍ଧାର ହୋଇ ଯିବ...l


ଶେଷ ହୋଇଗଲା ଦୀପର ଘିଅ

ଶେଷ ହୋଇଗଲା ସଭିଙ୍କ ଆଶା

ଆଉ ଏକା ସାଙ୍ଗକେ ଉଜୁଡି ଗଲା

ଅତି ଆଶା ଭରସାରେ ତିଆରି କରିଥିବା କୁଡ଼ିଆ...l


ନିରୋଳା ନିଃଶବ୍ଦ ଆମ୍ବ ଗଛ ମୂଳେ

ନିଜକୁ ଏକା ମନେ କରି ଯେତେ ବେଳେ

ନୟନରୁ ଝରିପଡୁଥିଲା ଅଜସ୍ର ଅଶ୍ରୁ

କେ ଜାଣେ କୁଆଡୁ ବୁନ୍ଦା ବୁନ୍ଦା ହୋଇ

ଜଳ କଣା ସବୁ ଜରିପଡୁଥିଲା ମୋ ଦେହରେ...l


କଣ ସେଇ ଆମ୍ବ ତୋଟାର ର ବି ହୃଦୟ ଥିଲା?

କଣ ତାକୁ ବି ଏପରି ଅନୁଭବ ହେଉଥିଲା?

ସେ ବି ଅନାଥ ହୋଇଗଲା? କେମିତି ବା ନ ହେବ?

ସକାଳଠୁ ସନ୍ଧ୍ୟା ଯାଏ ଗଛ ମୂଳେ ପେପର ପଢିବା

ଗଛ ମୂଳେ ପାଣି ଦେଉଥିବା ପରି ମହାନ ଆତ୍ମା କୁ

କେମିତି ବା କିଏ ଭୁଲି ପାରିବ....l


ଖେଳ ରହିଗଲା ଅଧା

ନାଟକ ବି ସରିଲା ନାହିଁ

ଦୂର ଆକାଶରୁ ମିଞ୍ଜି ମିଞ୍ଜି ତାରକା

ଲିଭି ନି ଏଯାଏ, ହେଲେ ଜୀବନ ଦୀପ ଯେ

ଲିଭିଯିବ କିଏ ଜାଣିଥିଲା....l


ଏ ମାଟି ବି ରାଗରେ ତାତି ଯାଉଛି

ଏ ଚନ୍ଦନ କାଠ ସବୁ ନିଜକୁ ପଲାଶ କାଠ

ବୋଲି ନିଜକୁ ମନେ କରୁଛନ୍ତି...

ଆଉ ଆଖିରୁ ଝରୁଥିବା ଅଶ୍ରୁ ସବୁ

ନିଜକୁ ଅମୃତ ସାଜି ଜୀବନର ସେ ଦୀପକୁ

ଆଉ ଥରେ ଜାଳିବାକୁ ଚାହୁଁଛନ୍ତି.....l


ପଲାଶ ଫୁଲର ସୌନ୍ଦର୍ଯ୍ୟ ଲୁଚି ଯାଇଛି

ପଲାଶ ଫୁଲ ଆଉ ଉପରେ ରହିବାକୁ

ଇଚ୍ଛା ନ କରି ଭୂମି ତଳେ ପଡି ରହିଛି

ଆଉ ଆମ୍ବ ବଉଳ, ନିଜ ବଉଳକୁ ଢାଳି ଦେଉଛି l


ମହାନ ମଣିଷ ଆଉ ମହାନ ଆତ୍ମାକୁ

କିଏ କି କରି ପାରିବ ଦୂର

ଏକା ଯମ ରାଜା ନିଜ କାର୍ଯ୍ୟକ୍ରମେ

ହଠାତ ରୁ କରି ଦିଅନ୍ତି ପର...ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍