STORYMIRROR

Chinmayee Kanta

Action Crime Thriller

3  

Chinmayee Kanta

Action Crime Thriller

ଟଙ୍କା

ଟଙ୍କା

1 min
173

ଟଙ୍କା ମହାନ ଟଙ୍କା ଭଗବାନ

ଟଙ୍କା ଦିଏ ନୁଆଁ ଜୀବନ

ଟଙ୍କାର ଏ ଘର ଟଙ୍କା ପରିବାର

ଟଙ୍କା ଦିଏ ସୁଖ ଶାନ୍ତି

କରେ ଆପଣାର,

ନାହିଁ ଯାର ଟଙ୍କା ମନ ହୁଏ ବଙ୍କା

ଦୂର ହୁଏ ତା ଠାରୁ ସବୁ ଆଶଙ୍କା

ବାପା ମାଆ ପାଖେ ଟଙ୍କା ଯଦି ଥାଏ

ପୁଅ ବହୂ ପାଇଁ ସିଏ ମହାନ

ଗରିବ ଯଦି ସେ ବାପା ମାଆ ଥିବେ

ବାରମ୍ବାର ହେଉଥିବେ ଅପମାନ

ଟଙ୍କା ଗଢେ ସମ୍ପର୍କ ଟଙ୍କା ଭୋଳାଶଙ୍କର

ଟଙ୍କା ଥିଲେ ସଭିଙ୍କୁ କରେ ଆପଣାର,

ଟଙ୍କା ପାଇଁ ପ୍ରେମ ଟଙ୍କା ପାଇଁ କର୍ମ

ଟଙ୍କା ପାଇଁ ଆଜି ରାତି କି ଦିନ

ନିଦ ହଜିଯାଏ ଏଇ ଟଙ୍କା ପାଇଁ

ଟଙ୍କା ହିଁ ଏକା ସବୁଠୁ ବଳବାନ

ଜୟ ଜୟ ଟଙ୍କା ଜୟ ହେ ତୁମେ

ତୁମ ବିନା ବଞ୍ଚିବା ନୁହେଁ ସମ୍ଭବ

ତୁମେ ପାଶେ ଥିଲେ କି ଭୟ କାହାର

ତୁମେ ହିଁ ସଭିଙ୍କୁ ବଞ୍ଚିବାକୁ ଦେବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action