STORYMIRROR

Chinmayee Kanta

Action

4  

Chinmayee Kanta

Action

ଯିଏ ତଳେ ପଡି

ଯିଏ ତଳେ ପଡି

1 min
334

ଜୀବ ହୋଇ ଯେବେ ଜନମ ଲଭିଳ

ନିର୍ଜୀବ ପରି ନ ରଖ ନିଜ ଚରିତ୍ର

ପ୍ରତି ପ୍ରାଣୀ ପକ୍ଷେ ରହିଛି ପ୍ରତିଭା

ତେଣୁ ପ୍ରତିଟି ଜୀବଯେ ସଭିଙ୍କ ମିତ୍ର ll

 ହୋଇଯାଇ ପାରେ ଭୁଲ ଟିଏ କେବେ

 କେବେ ପୁଣି ନୂଆ ଜ୍ଞାନ ର ଆହରଣ

 କଠିନ ବି ଥିବ ନୁଆଁ ନୁଆଁ ଜ୍ଞାନ

 ତାହା ହିଁ ହେବ ପ୍ରତି ଜୀବନେ ମହାନ ll

ଥର ଥର କରି ଜ୍ଞାନ କୁ ଆହୂରୀ

ଯିଏ ହୋଇଅଛି ଜ୍ଞାନୀ ପୁଣି ପଣ୍ଡିତ

ଅଭ୍ୟାସ ତାଙ୍କରି ମୂଳ ଲକ୍ଷ୍ୟ ଅଟେ

ସେଥିପାଇଁ ଆଜି ଘରେ ଘରେ ପୂଜିତ ll

  ଉଚିତ କର୍ମକୁ ଯେ ଆଦରି ନେଲା

  ତା ଜୀବନ ପୁଣି ତା ଚରିତ୍ର ସୁନ୍ଦର

  ଖରାପ ରାସ୍ତାରେ ଥର ଥର କରି

  ଯେ ପାଦ ଦେଲା ତା ଜୀବନ ନାରଖାର ll

ଥର ଥର କରି ଯିଏ ତଳେ ପଡି

ଚାଳଇ ଅଭ୍ୟାସର ବଳେ

ଜୀବନରେ ଦିନେ ଆକାଶ ତାରାକୁ

ଧରଇ ନିଜ ଆଙ୍ଗୁଳିରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action