STORYMIRROR

Chinmayee Kanta

Action Classics Fantasy

3  

Chinmayee Kanta

Action Classics Fantasy

ବୋଲି ହୁଁ ଟି

ବୋଲି ହୁଁ ଟି

1 min
209

ମାଆ ମାଉସୀ ଯେ ଶୁଣ ଗୋ... ବୋଲି ହୁଁ ଟି 

ନାରୀଙ୍କ ମହାନ ଗୁଣ ଗୋ...... ,

ସ୍ୱୟଂ ସହାୟକ ଗୋଷ୍ଟିକି ଆନନ୍ଦେ ଗଢିଲେ ମିଶିକି

ଦେଶରେ ରହିଲା ନାମ ଗୋ.. ବୋଲି ହୁଁ ଟି 

ଗରିବ ଥିଲେ ସେ ଦିନେ ଗୋ... ,

କହୁଛି ତାଙ୍କରି କାହାଣୀ..... ,

ଥିଲେ ଦିନେ ଖାଲି ଗୃହିଣୀ... ,

ଘର ଜିନିଷକୁ ବିକିଣ ଆହାର ଯୋଗାଣ କରିଣ

ଚାଲୁଥିଲା ଘର ତେବେ ଗୋ... ବୋଲି ହୁଁ ଟି

ଦୁଃଖ ଥିଲା ସେ ସମୟେ ଗୋ.. ,

ହେଲା ପୁଣି ଗ୍ରୁପ ଗଠନ..... ,

ନବୀନ ବାବୁଙ୍କ ଏ ଦାନ..... ,

ନାରୀଙ୍କୁ ସାଜି ନାରାୟଣୀ ଗୃହିଣୀ ସାଜିଲା ଲୋ ରାଣୀ

ଘର ସଜାଇଲା ନିଜେ ସେ..... ବୋଲି ହୁଁ ଟି

ଗଢିଲା ନିଜ ସଂସାର ସେ..... ,

ଜମା କଲା ଟଙ୍କା ବ୍ୟାଙ୍କରେ... ,

ମୂଳ ସୁଧ ସବୁ ପାଇଲା.......,

ସୁଲଭ ସୁଧରେ ପାଇଲା ଋଣ ଆଣି କାମ କରିଲା

କଲା ବ୍ୟବସାୟ ଟିଏରେ.. ବୋଲି ହୁଁ ଟି

ମହାନ ନାୟିକା ସିଏରେ... ,

ନାରୀ ନୁହଇ ଗୋ ଦୁଃଖିତା ''

ସିଏ ଅଟଇ ଗୋ ଦୁହିତା... ,

ରାଜ୍ୟ ସରକାର ପାଇକି ହୋଇ ପାରିଲାଣି ଏତିକି

ତାଙ୍କ ଅବଦାନ ପାଇଁ ଗୋ... ବୋଲି ହୁଁ ଟି.

ହୋଇଛି ଘର ମନ୍ଦିର ଗୋ.. ,

ଧନ୍ୟ ଧନ୍ୟ ତାଙ୍କ କିରତି ,

ଧନ୍ୟ ତାଙ୍କ ପୁଣି ପୀରତି ,

ନାରୀଙ୍କୁ ସାଜି ସିଏ ଲକ୍ଷ୍ମୀ ତାଙ୍କରି ମାନକୁ ବଢ଼ାଇ

ଦେଲେ ନୁଆଁ ନୁଆଁ ଯୋଜନା ଗୋ.. ବୋଲି ହୁଁ ଟି

ସିଏ ଆଜି ସଭିଙ୍କ ପିତା ଗୋ... ବୋଲି ହୁଁ ଟି..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action