STORYMIRROR

Kabiratna Nutan Kumar Behera

Action Inspirational

3  

Kabiratna Nutan Kumar Behera

Action Inspirational

ଶୋଇ ଯା'...ମା ମା

ଶୋଇ ଯା'...ମା ମା

1 min
216


ଶୋଇ ଯା ମାମା ଶୋଇ ଯା ମାମା

ଅଝଟ ଅବୁଝା ହୁଅନା ତୁ ଜମା,

ମାଡି ଆସିଲାଣି ଘନ ଅନ୍ଧାର ରାତି

ଚୌକିଦାର ପହରା ଦିଏ ହୁଇସିଲ୍ ମାରି

ବସ୍ତି ସାରା ଆମର କରି ପରିକ୍ରମା

ଶୋଇ ଯା ମାମା ।


ତୋ ପାଇଁ ପାରି ଦେଇଛି ମୁଁ

ସୁନ୍ଦର ସୁକୋମଳ ବିଛଣା,

ଶୋଇ ପଡ ଧନ ରାତି ବଢି ଯାଏ

ନିଦ ମାଉସୀ ମନ କରିବ ଊଣା।


ଚାରିଆଡେ ସବୁ ଚୁପ୍ ଚାପ୍ ନିଃସ୍ତବ୍ଧ

ନିଶା ଗରଜି ଶୁଭେ ଝିଙ୍କାରୀର ଝିଁ ଝିଁ ସ୍ଵର,

ନିଦ ଭରା ଆଖି ତୋର ହୁଏ ଜୁଳୁ ଜୁଳୁ

ଅଳସରେ ହାଇ ମାରୁ ଥରକୁ ଥର।


ଶୋଇ ଯା ମାମା

ଅନ୍ଧାର ରାତିର କଥା ଭାରି ବିଷମ

ଶୁଣିଲେ ଭାଙ୍ଗିଯିବ ତୋ ସରଳ ମନ,

ଶୋଇ ଶୋଇ ତୁ ଆଶା ଆକାଂକ୍ଷାରେ

ଦେଖୁଛୁ ଆସନ୍ତାକାଲିକୁ କେତେ ସପନ।


ସେ ତୋର ଭବିଷ୍ୟତ ଆଗାମୀ ଜୀବନ

କାହା ନଜରରେ ହଜି ନ ଯାଉ,

ସଜଫୁଟା ଫୁଲ ପରି ଓଠେ ତୋ ହସ 

ସଦା ସର୍ବଦା ସତେଜ ରହିଥାଉ।


ଶୋଇ ଯା ମାମା

ବଡି ଭୋର ହେଲେ ଯେବେ ନିଦ ଭାଙ୍ଗିବ

ଅନାଇଁ ଦେଖିବୁ ଚାରିଦିଗ ଉଜ୍ଜ୍ୱଳ,

ଅଗଣାରେ ଆମ ସୁନେଲି ଖରା ପଡିବ

କେଡେ ଖୁସି ମନେ ତୁ ଖେଳିବୁ ଖେଳ।


ତୁ ମୋ ସଂସାର ତୁ ମୋ ଜୀବନର ପରିସୀମା

ତୁ ମୋ ସବୁକିଛି ତୁ ମୋ ଭବିଷ୍ୟତ ବୀମା,

ତୋ ପାଇଁ ହସେ ମୋ ଦୁନିଆଁର ସବୁଜିମା

ଭରି ଶୋଭା ଶିରୀର ଅନୁପମ ସୁଷମା।

ଶୋଇ ଯା ମାମା

  

        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action