ସମୟକୁ ହଜାଇବାନିରେ
ସମୟକୁ ହଜାଇବାନିରେ
ପ୍ରତିଶ୍ରୁତି, ପ୍ରତିଶ୍ରୁତି ଶୁଣି ଶୁଣି ଆମେ ବହୁ
ନିର୍ବାଚନ ଦେଖିଲେ
କୁହ ହେ ଭଉଣୀ ଭାଇ ଯେତେ, ପାଇଛନ୍ତି
ଶାସନ, କେତେ ପୂରଣ କଲେ |୧|
ନିର୍ବାଚନ ସରିଲେ, ଭେଟ ହୋଇଛକି ଗାଁ
ଓ ଗାଁରେ ଶାସକ ଗୋଷ୍ଠୀକୁ
ଲାଠି ଗୁଳି ଖାଉନକି, ଉଠାଇଲ ଯେବେ
ସମସ୍ୟା ସମାଧାନ ଦାବି ଗୁଡିକୁ |୨|
ସ୍ଵାର୍ଥ, ଲୋଭ, ଲାଳସାରେ ଆମେତ ରହୁଛେ
ନିଜ ସ୍ୱାର୍ଥ ପାଇଁ ଏଇ ଦେଶରେ
ପୁଞ୍ଜିପତି ସବୁ ବ୍ୟାଙ୍କରୁ ପୁଞ୍ଜି ନେଇ ଯାଇ
ବୁଲୁଛନ୍ତି ଆନନ୍ଦେ ବାହାର ଦେଶରେ |୩|
ଅନୁଭୂତିରୁ, ଆମେ ସମୟକୁ ହଜାଇ ସାରିଲେ
ସମାଧାନର ପଥ ଖୋଜିବା କେଉଁଠି
ଗଣତନ୍ତ୍ରରେ ଭୋଅଟ ବେଳେ ସଚେତନ ନହେଲେ
ମୁଣ୍ଡେ ହାତ ଦେଇ କାନ୍ଦିଲେ ପାଇବ ଶାନ୍ତି |୪|
ପୁଞ୍ଜିବାଦରେ ନେତା ଶୋଷନ୍ତି ଜନତାର ରକତ,
ଏହା କିଛି ନୂଆ କଥା ନୂହେଁ
କେବେ କେବେ ଲାଗେ ମେଘୁଆ ମେଘୁଆ, କିଛି
ସମୟ ଆଖିପତାକୁ ଭିଜେଇ ଦିଏ |୫|
ଆମକୁ ତ କିଛି କିଛି ଅଇଁଠା ଫୋପାଡି ଫୋପାଡି
ସମସ୍ତଙ୍କୁ ମାଗିଖିଆ କରିଛନ୍ତି
ଧରମ ଓ ଜାତି ନାମେ ଭେଦଭାବ ସୃଷ୍ଟି କରି ଆମର
ଏକତାକୁ ଭାଗ ଭାଗ କରିଛନ୍ତି |୬|
ଅଭାବ ରହିଛି, ରହିବ, ଯଦି ବ୍ୟସ୍ତ ବିବ୍ରତ ନହୋଇ
ଦୃଢ଼ ରହି ଏକାଠି ହୋଇ ଠିଆ ହେବା
ସ୍ୱାଭିମାନ ଆମର ସଂସ୍କାର ସଂସ୍କୃତି ହେଉ, ଆମର
ସ୍ୱାର୍ଥ ପାଇଁ ଲଢ଼ିବା ନେତାକୁ ଖୋଜିବା |୭|
ନେଡିଗୁଡ଼ କହୁଣିକୁ ବୋହିଗଲା ପରେ ଲୁଟିଖିଆ
ଶାସକ ହୋଇ ଖଟିଖିଆକୁ ନିଶ୍ଚିତ ଲୁଟିବ
ମଦ ପିଇ ଲାଞ୍ଚ ଖାଇ ଜାତି ଧରମ ନାମେ ଭୋଅଟ
ଦେଲେ ଶୋଷଣରୁ କି ମୁକ୍ତି ପାଇବା ହେବ |୮|
