ଖବର
ଖବର
ଆଜିର ଖବର ? ପଚାରୁଛ?
ଖବର ତ କିଛି ନୂଆ ନାହିଁ ।
ସେଇ ଆଖି ଥାଇ ଅନ୍ଧାର
ଅଣ୍ଡାଳୁଥିବା ମଣିଷ ପରି ଦିଶୁଥିବା ଜୀବ ମାନେ
କାନକଣା ଥାଇ ତାବ୍ଦା ଆତ୍ମା ଟେ କୁ ବୋହି ବୋହି
କୁରୁମ ।
ସେଇ ଜିଭ ଆଉ ମୁଣ୍ଡ ଥିବା ଜୀବ ତକ
ଏକାଠି ବସି ମୁଢି ଚେନାଚୁର ଚୋବେଇବା, ଆଉ
ପଙ୍କ ତଳେ" ପୃଥିବୀ ଦବିଗଲା ହୋ ,ଦବିଗଲା "ପାଟି କରିବା ଛଡା, ଆଉ ନୂଆ କିଛି ନାହିଁ ।
ସେଇ ମେଡିକାଲ, ସେଇ ସ୍କୁଲ, ସେଇ ବିଷାକ୍ତ ଖାଦ୍ଯ,ପୋଡିଯାାଉଥିବା ହୁତ୍ ହୁତ୍ ଫୁଲ, ପାଣି, ପବନ, ନିଶ୍ବାସ, ବିଶ୍ବାସ, ଦେଶ କଳଙ୍କି ଲାଗି ଝରିଯାଉଥିବା ଦୃଶ୍ୟ ।
ଆଉ କଣ ଖବର ?
କେତେ ପଚାରୁଛ କିଓ ଥରକୁ ଥର ?
ଅପେକ୍ଷା କର !
କିଏ ଯଦି କେବେ ପ୍ରକୃତ ଅର୍ଥରେ "ମଣିଷ ପିଲାଟେ"
ସୃଷ୍ଟି ହବ କୋଉ ଗୋଟେ ଶୁଭ ନକ୍ଷତ୍ର ବେଳାରେ,
ତା ହେଲେ ଯଦି କିଛି ନୂଆ ମିଳିବ ମିଳିବ !
ସେ ଯାଏ ଜୀଁ ଥାଅ
ପାଟିରେ ବିଣ୍ଡା ମାଡି ।
