STORYMIRROR

Suresh chandra Padhy

Action

3  

Suresh chandra Padhy

Action

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ

1 min
9


ଜେଷ୍ଠ ମାସେ ପଡେ ସାବିତ୍ରୀ ବ୍ରତ ଜାଣ

ଘରେ ଘରେ ପୂଜା ହୁଏ ପୂଜନ୍ତି ନାରୀ ଗଣ

ଆମ୍ବ ପଣସ ନଡ଼ିଆ ସପୁରି କଦଳୀ ଥାଏ ତାଳ ଫଳ

 ଧୂପ ଦୀପ ଆରତୀ ରେ ପୂଜା ହୁଏ ଥାଏ ମଧ୍ୟ୍ୟାହ୍ନ ବେଳ

ମହାସତୀ ସାବିତ୍ରୀ ଦିନେ ସତ୍ୟବାନଙ୍କୁ କଲେ ବରଣ

ସାବିତ୍ରୀ ସାଥେ ସତ୍ୟବାନ ଯାଇ ଥିଲେ ବଣ

ଅକାଳ ମରଣ ସତ୍ଯବାନଙ୍କ ଯେବେ ହୋଇଲା

ଯମ ଦୂତ ସତ୍ୟବାନଙ୍କ ପ୍ରାଣ ନେବାକୁ ଆସିଲା

ମହା ସତୀ ସାବିତ୍ରୀ ଯମ ଦୂତ ଜାଣି ପାରିଲେ

ଯମ ରାଜଙ୍କୁ ଯାଇ ସବୁ ବୃତ୍ତାନ୍ତ ଜଣାଇ ଦେଲେ

ଆସିଲେ ଯମ ରାଜ ଶୁଣ ସାବିତ୍ରୀ ମାଗି ଘେନ ବର

ନେବି ସତ୍ୟବାନ ପ୍ରାଣ ଯିବି ମୁହିଁ ଯମ ପୁର

ପ୍ରଥମ ବର ଅନ୍ଧ ଶାଶୁ ଶ୍ୱଶୁରଙ୍କ ନେତ୍ର ମାଗି ଥିଲେ

ଯମ ରାଜ ସନ୍ତୋଷ ହୋଇ ନେତ୍ର ଦାନ କରି ଦେଲେ

ଦ୍ବିତୀୟ ବରରେ ନିଜ ଅପୁତ୍ରିକ ପିତା ପାଇଁ ପୁତ୍ର ମାଗିଲେ

ଆନନ୍ଦ ରେ ଯମ ରାଜ ପୁତ୍ର ଦାନ କରି ଦେଲେ

ଯମ ରାଜ ସତ୍ୟବାନଙ୍କ ପ୍ରାଣ ନେଉ ଥିଲେ ପଳାଇ

ସତ୍ୟବାନ ବିନା କେମିତି ବଞ୍ଚିବ ସାବିତ୍ରୀ ସତୀ ହୋଇ

ଯମ ରାଜ ସାବିତ୍ରୀ ମନ ଜାଣି ସତ ପୁତ୍ର ଜନନୀ ହୁଅ କହିଲେ

ମହା ସତୀ ସାବିତ୍ରୀ ଯମ ରାଜଙ୍କ ପଛେ ପଛେ ଗଲେ

ସତ୍ୟବାନଙ୍କ ବିନା ସାବିତ୍ରୀ କିପରି ଜନନୀ ହୋଇବ

ଜଗତରେ ସାବିତ୍ରୀ ମହାସତି କି ରୂପେ ବୋଲାଇବ

ସନ୍ତୁଷ୍ଟ ହୋଇ ଯମ ରାଜ ସତ୍ୟବାନ ପ୍ରାଣ ଫେରାଇଲେ

ସାବିତ୍ରୀ ତୁମ ଯଶ କୀର୍ତ୍ତି ଯୁଗେ ଯୁଗେ ରହୁ କହି ଗଲେ

ନାରୀ ମାନେ ସାବିତ୍ରୀ ବ୍ରତ କଲେ ସୌଭାଗ୍ୟ ବଢିବ

ଧନ ଜନ ମିଳିବ ସ୍ୱାମୀକୁ ଆୟୁ ଯଶ

ପ୍ରାପ୍ତ ହୋଇବ

ଜୟ ମା ସାବିତ୍ରୀ ତୁମ ଚରଣେ ମୋର ଭକ୍ତି ପ୍ରଣତି 

ଦୋଷ ଥିଲେ କ୍ଷମା ଦେବ ଶ୍ରଦ୍ଧାରେ ଗାଏ ତୁମ କିରତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action