ସରଗ ଡାକୁଛି ଆଲୋ ନଈ
ସରଗ ଡାକୁଛି ଆଲୋ ନଈ
ସରଗ ଡାକୁଛି ଆଲୋ ନଈ
କାହିଁକି ବସିଛୁ ମୁହଁ ଶୁଖେଇ
ଯା ନାଚି ନାଚି ଖୁସି ଆନନ୍ଦରେ
ଦେ କୁଳୁକୁଳୁ ଗୀତ ଶୁଣାଇ ।
ମନ ଦୁଃଖକରି କହିଲା ନଈଟି
ଉଚ୍ଚମନା ତୁମେ ସରଗ ଭାଇ
କାହିଁକି ବୁଝିବ ମରତର କଥା
କହିଲେ କାହାଣୀ ସରିବ ନାହିଁ
ପଚାରିଲ ଯଦି କହୁଛି ଫିଟାଇ
ଶୁଣ ତେବେ ମନଦେଇ ।
ନୁହେଁ ତୁମ ଏହି ଭଉଣୀ ନଈଟି
ଆଗ ପରି ଆଉ ସ୍ନେହ ପାଳିତା
ସ୍ରବୁ ନାହିଁ ତାର ବକ୍ଷରୁ ଅମୃତ
ପାଲଟିଛି ଦେହ ପୂରା ନର୍ଦ୍ଦମା
ଅଙ୍କାବଙ୍କା ତାର ଦେହଟି ଦୁର୍ବଳ
ପାରୁନି ସଳଖି ଭଙ୍ଗା ତା ଅଣ୍ଟା ।
ଛାଡି ଦୀର୍ଘଶ୍ବାସ କହୁଥିଲା ନଈ -
ପୂରିତ ଦେହ ମୋ ବିଷ ନିଶ୍ବାସରେ
ପବିତ୍ର ନୁହେଁ ମୁଁ ନରକ କୁଣ୍ଡ ,
ପ୍ରଦୂଷଣ ଆବର୍ଜନାର ସଂସର୍ଗେ
ଦେବା ପାଇଁ ସୁଖ ମୁଁ ଅକ୍ଷମ
ଜଳୁଅଛି ମୁଁ ଘୋର ଅନ୍ତର୍ଦାହେ
ଚଲାପଥ ମୋର ବଡ ଦୁର୍ଗମ ।
ହୁଅନି ବିଷର୍ଣ୍ଣା ଭଗିନୀ ତଟିନୀ
ତୁମେ ସୁଶୀଳା ସ୍ବଚ୍ଛନ୍ଦା ଆଦରଣୀୟା
ଦୁଇକୂଳ ହିତ ସାଧିପାର ତୁମେ
ଦୁହିତା କନ୍ଯା
ଘେନ ଶୁଭାଶିଷ ହୁଅ ସଞ୍ଜିବୀତ
ସୃଜ ସବୁଜିମା ଦେବୀ ଅନନ୍ଯା ,
କୁସୁମିତ ହେଉ ମଧୁମୟ ସ୍ବପ୍ନ
ଦୂରୀଭୂତ ହେଉ ବନ୍ଧନ ବାଧା
ଶୁଭକାମନା ।
