STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

କଳା ଦିଅଁ ବୋଲି

କଳା ଦିଅଁ ବୋଲି

1 min
6


କଳା ଦିଅଁ ବୋଲି ଦିଶ କି ସୁନ୍ଦର

      ଛାଡ଼ିବାକୁ ନାହିଁ ଇଚ୍ଛା

ତୁମ ଚକା ଆଖି ଭୁଲାଇ ନେଉଛି

      ପୁରାଇଛି ମନୋବାଞ୍ଛା ।

ଯେତେ ଦୁରେ ଥାଇ ଡାକିଲେ ତୁମକୁ

      ଶ୍ରବଣ ଡେରିକି ଶୁଣ

କାହାର ଦୁଃଖକୁ ଏଡ଼ାଇ ନେଉଚ୍ଛ

      ଏଇ ତୁମ ବଡ ପଣ।

ଦୁଃଖୀ ଅରକ୍ଷିତ ତୁମକୁ ଡାକନ୍ତି

      ଜୀବନର ପ୍ରତି କ୍ଷଣେ

କରୁଣା ସାଗର କରୁଣା ବରଷି

       ତୋଷୁ ଅଛ ଜନ ମନେ।

ବିଶାଳ ସୃଷ୍ଟିର ନିମିତ୍ତ ମାତ୍ର ମୁଁ

      ତୁମ ମାୟା ଅଗୋଚର

ମାୟାର ବନ୍ଧନ ଛିନ୍ନ କରିବାକୁ

      ନମଇ ତବ ପୟର।

 ତୁମେ ଜଗନ୍ନାଥ ଆସ ଅବତରି

      ନିତ୍ୟ ମୋ ହ୍ରଦ ମନ୍ଦିରେ

ତୁମ ପାଇଁ ମୋର ସକାଳ କଳୁଷ

      ଅପସରି ଯାଉ ଦୂରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action