STORYMIRROR

Debabrata Mishra

Abstract Action Inspirational

3  

Debabrata Mishra

Abstract Action Inspirational

ବୀପରିତ

ବୀପରିତ

1 min
47


ସମୟର ରଙ୍ଗରେ ଚାଲିଛି ସକଳ ସଂସାର

ପ୍ରାୟତଃ ମଣିଷ ଏଠି ନେଉଛି ପରିସ୍ଥିତିର ଆକାର

ଦେଖାଇହେବାର ପରମ୍ପରା ସମସ୍ତଙ୍କୁ କରେ ପ୍ରୀତ

ଯୁଗର ବାଧ୍ୟ ସଙ୍ଗୀତରେ ସମସ୍ତେ ଗାଉଛନ୍ତି ଗୀତ

ତେବେ କେମିତି କାହିଁକି ମୋର ଏ ଜୀବନ ବୀପରିତ,

ଛଳନାର ଛଦ୍ମବେଶୀ ରୂପ ସବୁଆଡେ ଦୃଶ୍ୟମାନ

ଚତୁରତାର ସହ ପକାନ୍ତି ପାଦ ସଭିଙ୍କ ସୁବିଧାବାଦୀ ମନ

ସମ୍ପର୍କର ଗୁରୁତ୍ଵ କେବଳ ଆବଶ୍ୟକତାର ଏଠି

ନିରୁଦ୍ଧିଷ୍ଟ ଏଠି ଖୋଲା ହୃଦୟର ମନୁଷ୍ୟ ଚରିତ୍ର

ତେବେ କାହିଁକି ମୋର ମନ ଏ ସ୍ରୋତର ବୀପରିତ,

ମିଛ ସୁଖରେ ଜିଅଁନ୍ତି ସମସ୍ତେ ଏଠି ଜିଅନ୍ତା ଶବ ପରି

ଅନ୍ତର ସତ୍ୟତା ଉପସ୍ଥାପନାରେ ସମସ୍ତେ ଯାଆନ୍ତି ଫେରି

ହସଲୁହ ଅର୍ଥ ଏଠି ମୂଲ୍ୟହୀନ ଲାଗେ, ତ୍ୟାଗୀ ଯାଏ ହାରି

ଏମିତି ଏକ ସମାଜ ଏ ସମୟର ପ୍ରଭୁ ଲାଗେ ବଡ଼ ବିଚିତ୍ର

ତେବେ କାହିଁକି ମୋ' ମନ ଏହି ଚେତନା ଭାବନାର ବୀପରିତ,

ସ୍ନେହ, କରୁଣାର, ଦୟାର ଯୁଗ ଆଉ ନାହିଁ, ସବୁ ଶେଷ

ଯିଏ ଯେତେ ସତ୍ୟତାରେ ବଞ୍ଚୁଛି ସେ କରୁଅଛି ଅବଶୋଷ

ଯେତେ କାନ୍ଦିଲେ ବି ଲୁହ-କୋହକୁ ବୁଝେ ନାହିଁ କେହି

ଅଭିନୟର ଦୃଷ୍ଟାନ୍ତ ସବୁଠି ଦେଖିବାକୁ ମିଳେ ଛଳନା ଚିତ୍ର

ତେବେ କାହିଁକି ମୋର ଆତ୍ମାର ଏ ଭାବ ମୁଁ କାହିଁକି ବୀପରିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract