STORYMIRROR

Suresh chandra Padhy

Action

3  

Suresh chandra Padhy

Action

ଦେବ ଶ୍ରୀ ନାରଦ

ଦେବ ଶ୍ରୀ ନାରଦ

1 min
14


ସ୍ୱର୍ଗ ର ତୁମେ ସାମ୍ବାଦିକ ହୋଇ ଖବର କର ବିତରଣ 

ତୁମେ ସତ୍ୟ ବାଦି ଜପି ଯାଅ ନୀତି ଶ୍ରୀମନ୍ ନାରାୟଣ

ପୂର୍ବ ଜନ୍ମେ ତୁମେ ଦାସୀ ପୁତ୍ର ହୋଇ ଜନ୍ମ ନେଲ

ସାଧୁ ସନ୍ଥ ସାଥେ ମିଶି ତାଙ୍କ ସେବା କରି ପ୍ରସାଦ ପାଇଲ

ପିଲା ଦିନୁ ତୁମ ମନରେ ବୈରଗ୍ୟ ଜାତ ହୋଇଲା

ମାତା ଙ୍କ ବିୟୋଗ ପରେ ସାଧନା ରେ ତୁମ ମନ ବଳିଲା

ଦିନେ ନିଜ ଦେହ ତ୍ୟାଗ କରି ତୁମେ ଦିବ୍ୟ ଧାମ ପାଇଲ

ସୃଷ୍ଟି କର୍ତ୍ତା ବ୍ରହ୍ମା ଙ୍କ ତୁମେ ମାନସ ପୁତ୍ର ହୋଇ ଆସିଲ

ନାରାୟଣ ତୁମକୁ ଦିନେ ଭକ୍ତି ର ତତ୍ତ୍ଵ ପ୍ରଦାନ କଲେ

ତୁମ ହସ୍ତେ ବୀଣା ଦେଇ ଭକ୍ତି ମର୍ଗେ ତୁମକୁ ନେଲେ

ତୁମ ପାଇଁ ବ୍ୟାସ ଦେବ ଭାଗବତ ଲେଖି ପାରିଲେ

ତୁମ ଠାରୁ ମନ୍ତ୍ର ପାଇଁ ଅଠର ହଜାର ଶ୍ଳୋକ ଲେଖିଲେ

ଧ୍ରୁବ ଦିନେ ଜଙ୍ଗଲ ରେ ବୁଲୁ ଥିଲେ ବିଚଳିତ ହୋଇ

ବାସୁଦେବ ମନ୍ତ୍ର ଦେଲ ଧ୍ରୁବ କୁ ନିଜେ ଗୁରୁ ରୂପେ ଯାଇ

ଦସୁ ରତ୍ନାକର ଦିନେ ଡାକୁ ସାଜି ଆତଙ୍କ ଦେଖାଇଲେ

ଗୁରୁ ରୂପେ ଯାଇ ନାରଦ ମୁନି ରାମ ନାମ ଦେଇ ବାଲ୍ମୀକି କଲେ

ଦେବ ରାଜ ଇନ୍ଦ୍ର ଠାରୁ କୟାଧୁ କୁ ନେଇ ଆଶ୍ରମ ରେ ରଖିଲେ

ଭାଗବତ ଧର୍ମ କହି ପ୍ରହଲାଦ କୁ ଗର୍ଭ ରୁ ଭକ୍ତି ଶିଖାଇଲେ

ନାରଦ ଙ୍କ ଭକ୍ତି ସୂତ୍ର ସଦା ପାଠ କରୁ ଥିବ

ନାରାୟଣ ନାମ ଜପି ହରି ଚରଣ ପ୍ରାପ୍ତ କରିବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action