STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ଶୁଣିଛି ହେ ପ୍ରଭୁ

ଶୁଣିଛି ହେ ପ୍ରଭୁ

1 min
16


ଶୁଣିଛି ହେ ପ୍ରଭୁ  ଶବରୀ ଅଇଁଠା

      କୋଳିରେ ଥିଲା ତ ମନ

ଶ୍ରୀୟା ଚଣ୍ଡାଳୁଣୀ  ଝୋଟି ଚିତ୍ର ଦେଖି

       ଲକ୍ଷ୍ମୀ ହୋଇଲେ ପ୍ରସନ୍ନ।

କୁବୁଜାର ବାସ ଚନ୍ଦନ ରେ ତୁମେ

       ଭଳିଗଲ ମୁହୂର୍ତ୍ତରେ

ସୁଦାମା ର ଖୁଦ ଭଜା ଖାଇ ନାଥ

      ବାନ୍ଧିଥିଲ ବନ୍ଧୁତାରେ ।

ରାଧାରାଣୀ ନିତି କୁଞ୍ଜବନେ ଥାଇ

       ବୁହାଉଛି ପ୍ରୀତିଝର

କଦମ୍ବ ମୂଳରେ ଚାହିଁ ବସିଅଛି

       ଶୁଣିବାକୁ ବଂଶୀ ସ୍ଵର।

 ବୃଦ୍ଧା ବୟସରେ ଯଶୋଦା ମାଆର

       ସ୍ତନୁଁ ବୁହାଇଲ କ୍ଷୀର

ଦେବକୀ ର ଗର୍ଭ ଯନ୍ତ୍ରଣା ରେ ଥିଲ

      ମୋକ୍ଷ ପାଇଁ ବରାବର।

ଏପରି ଭକତ ହୋଇ ପାରିବିନି

      ନାହିଁ ପୁଣ୍ୟ ବଳ ମୋର

ମୋର ମୁଖେ ଥାଉ ତୁମ ନାମ ଗୁଣ

      ଏତିକି ସୁଦୟା କର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action