ଶୁଣିଛି ହେ ପ୍ରଭୁ
ଶୁଣିଛି ହେ ପ୍ରଭୁ
ଶୁଣିଛି ହେ ପ୍ରଭୁ ଶବରୀ ଅଇଁଠା
କୋଳିରେ ଥିଲା ତ ମନ
ଶ୍ରୀୟା ଚଣ୍ଡାଳୁଣୀ ଝୋଟି ଚିତ୍ର ଦେଖି
ଲକ୍ଷ୍ମୀ ହୋଇଲେ ପ୍ରସନ୍ନ।
କୁବୁଜାର ବାସ ଚନ୍ଦନ ରେ ତୁମେ
ଭଳିଗଲ ମୁହୂର୍ତ୍ତରେ
ସୁଦାମା ର ଖୁଦ ଭଜା ଖାଇ ନାଥ
ବାନ୍ଧିଥିଲ ବନ୍ଧୁତାରେ ।
ରାଧାରାଣୀ ନିତି କୁଞ୍ଜବନେ ଥାଇ
ବୁହାଉଛି ପ୍ରୀତିଝର
କଦମ୍ବ ମୂଳରେ ଚାହିଁ ବସିଅଛି
ଶୁଣିବାକୁ ବଂଶୀ ସ୍ଵର।
ବୃଦ୍ଧା ବୟସରେ ଯଶୋଦା ମାଆର
ସ୍ତନୁଁ ବୁହାଇଲ କ୍ଷୀର
ଦେବକୀ ର ଗର୍ଭ ଯନ୍ତ୍ରଣା ରେ ଥିଲ
ମୋକ୍ଷ ପାଇଁ ବରାବର।
ଏପରି ଭକତ ହୋଇ ପାରିବିନି
ନାହିଁ ପୁଣ୍ୟ ବଳ ମୋର
ମୋର ମୁଖେ ଥାଉ ତୁମ ନାମ ଗୁଣ
ଏତିକି ସୁଦୟା କର।
