ସବୁରି ମୂଳରେ
ସବୁରି ମୂଳରେ
ସବୁରି ମୂଳରେ ତୁମ ସ୍ପର୍ଶ ଅଛି
ଜଗତ ତୁମରି ସୃଷ୍ଟି
ଶିଶୁର ଓଠରେ ହସ ଫୁଟାଉଛ
ଆକାଶରୁ କର ବୃଷ୍ଟି।
କୁସୁମେ ଦେଇଛ କେତେ ଯେ ମହକ
ତୁମ ଗୁଣ କୀର୍ତ୍ତି ଗାଏ
ପାରାବାର ଜଳ ଉଛୁଳି ପଡ଼ଇ
ଆନନ୍ଦରେ ପଦ ଧୁଏ।
ସୂର୍ଯ୍ୟ ଚନ୍ଦ୍ର ତାରା ଦିବସ ରଜନୀ
ଏ ସବୁ ତୁମ ଭିଆଣ
ତୁମେ ଅଛ ବୋଲି ସରବେ ବଞ୍ଚିଛୁ
ଏହା ସତ୍ୟ ନୁହେଁ ଆନ।
ତୁମ ପାଇଁ ମାଟି ଫସଲ ଫଳାଏ
ଅସମ୍ଭବ ତ ସମ୍ଭବ
କାହିଁକି ସମାଜେ କ୍ରୋଧ ହିଂସା ବଢେ
ଏଥିକି ନାହିଁକି ଭାବ।
ବିଶ୍ଵ ହେଉ ଏକ ବିଶ୍ୱାସ ର ଘର
ଥିବ ଯହିଁ ଭାତୃପ୍ରୀତି
ଏତିକି ମାଗୁଣି କାଳିଆ ସାଆନ୍ତ
ସ୍ଥିତ କର ଦେଇ ଭିତ୍ତି।
