ମାଆ ପାଇଁ
ମାଆ ପାଇଁ
ଜୀଵନ ଶୈଳୀ ଆଡମ୍ବର ଅବା
ନିରାଡ଼ମ୍ବର ମାଆ ପାଇଁ ତତ୍ପର
କାଶତଣ୍ଡୀ ସିନା ନଈ ପଠା ପରେ
ସମୁଦ୍ରେ ପରି ଜନସମୁଦ୍ର ଜୁଆର
ବରଷା ନଥିଲା ମନ ବର୍ଷୁ ଥିଲା
ଓଦା ହେଉଥିଲା ହୃଦ ଘର
ସତରେ କୋଉଠି ଅସରେ ଦି ଅସରେ
ବର୍ଷୁଛି ମେଘ ଜୋର ସୋର
ଶରତ ଆକାଶେ ଅଦିନ ମେଘଟା
ସମୟର ନିଶ୍ଚେ ଚୋର
ମନ ଓ ହୃଦୟ ମାଆ ପାଖେ ଥାଇ
ବର୍ଷା କରେ ଥରହର
ମାଆ ଆସିଛି ନୀଳ ପସରା ମେଲିଛି
ଆକାଶରେ ଜଉଘର
ବଉଦ ଫାଙ୍କରୁ ବର୍ଷାକୁ ଦେଖି
ମନ ହେଉଛି ଅସ୍ଥିର
ତୋରଣ ମଣ୍ଡପ ଆଲୋକ ସାଜସଜା
ହେବ କି ପାଣିର ଗାର
କହିଲା ସମୁଦ୍ର ପୁଣି କହିଲା ଚିଲିକା
ଶୋଷିନେବୁ ପାଣିଧାର
ବର୍ଷକୁ ଥରେ ଆସେ ମହାମାୟୀ
ତା ପାଇଁ ଏତେ ଉତ୍ସବ ବେଭାର
ସବୁ ଜାଣେ ମାଆ ଆବଶ୍ୟକତା ଧରାର
କେତେବେଳେ ଖରା ବର୍ଷା ଶୀତ ଦରକାର
ନାହିଁ କିଛି ହେଲେ ଡ଼ର
ତଥାପି ଲାଗୁଛି ଆଖି ଓଦା କରି
ଭକ୍ତ ପରଷୁଛି ବର୍ଷା ଭୋଗ ଡ଼ାଲା
ସେଥିରେ ନାହିଁ ଛଳନା ପ୍ରତାରଣା ଉଧାର
କି କରିବ ବର୍ଷା ମାଆ ଆଗମନେ
ସବୁ ହେବ ନିର୍ବିକାର