STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ମାଆ ପାଇଁ

ମାଆ ପାଇଁ

1 min
120


ଜୀଵନ ଶୈଳୀ ଆଡମ୍ବର ଅବା 

ନିରାଡ଼ମ୍ବର ମାଆ ପାଇଁ ତତ୍ପର 

କାଶତଣ୍ଡୀ ସିନା ନଈ ପଠା ପରେ 

ସମୁଦ୍ରେ ପରି ଜନସମୁଦ୍ର ଜୁଆର 

ବରଷା ନଥିଲା ମନ ବର୍ଷୁ ଥିଲା 

ଓଦା ହେଉଥିଲା ହୃଦ ଘର 

ସତରେ କୋଉଠି ଅସରେ ଦି ଅସରେ 

ବର୍ଷୁଛି ମେଘ ଜୋର ସୋର 

ଶରତ ଆକାଶେ ଅଦିନ ମେଘଟା 

ସମୟର ନିଶ୍ଚେ ଚୋର 

ମନ ଓ ହୃଦୟ ମାଆ ପାଖେ ଥାଇ 

ବର୍ଷା କରେ ଥରହର 

ମାଆ ଆସିଛି ନୀଳ ପସରା ମେଲିଛି 

ଆକାଶରେ ଜଉଘର 

ବଉଦ ଫାଙ୍କରୁ ବର୍ଷାକୁ ଦେଖି 

ମନ ହେଉଛି ଅସ୍ଥିର 

ତୋରଣ ମଣ୍ଡପ ଆଲୋକ ସାଜସଜା 

ହେବ କି ପାଣିର ଗାର 

କହିଲା ସମୁଦ୍ର ପୁଣି କହିଲା ଚିଲିକା 

ଶୋଷିନେବୁ ପାଣିଧାର 

ବର୍ଷକୁ ଥରେ ଆସେ ମହାମାୟୀ 

ତା ପାଇଁ ଏତେ ଉତ୍ସବ ବେଭାର 

ସବୁ ଜାଣେ ମାଆ ଆବଶ୍ୟକତା ଧରାର 

କେତେବେଳେ ଖରା ବର୍ଷା ଶୀତ ଦରକାର

ନାହିଁ କିଛି ହେଲେ ଡ଼ର 

ତଥାପି ଲାଗୁଛି ଆଖି ଓଦା କରି 

ଭକ୍ତ ପରଷୁଛି ବର୍ଷା ଭୋଗ ଡ଼ାଲା 

ସେଥିରେ ନାହିଁ ଛଳନା ପ୍ରତାରଣା ଉଧାର 

କି କରିବ ବର୍ଷା ମାଆ ଆଗମନେ 

ସବୁ ହେବ ନିର୍ବିକାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract