ସୃଷ୍ଟିରେ ଯେତେକ ସମ୍ଭାର
ରଙ୍ଗ ରୂପ ବେଭାର
ସବୁ ଦେଇଛ ତୁମେହିଁ ଠାକୁର
ମଣିଷ କରିଛି ସୃଷ୍ଟି ଭେଦଭାବର
ଇଏ କରଣ ସେ ବ୍ରାହ୍ମଣ
ଏ ନୁଁହଁ ଆମ ଜାତିର
ନାହିଁ ଶୁଦ୍ଧି ଆଚାର ବିଚାର
କହି କହି ଆମେ ନିଜେ ସ୍ରଷ୍ଟା
ସତେ ଯେମିତି ଗାଁ ସହର ବିଶ୍ବର
ସର୍ବନିୟନ୍ତା ଜାଣନ୍ତି ସତ୍ୱର
ଯୋଉ ବୋଉ ଫୁଲ ନିଏନି କରିମ ଭାଇର
ସେଇ ବୋଉ ଆଣିଛି ଫୁଲକୁଣ୍ଡ ସବୁ
କରିମ ଭାଇଙ୍କ ବାପାଙ୍କ ଫୁଲଗଛ ବାଛି କିଛି
ତାଙ୍କ ନିଜ ବଗିଚା ରୂପୀ ପ୍ରକଳ୍ପର
ଆଣିଲା ବେଳେ ଚାଚା କହିଥିଲେ
ଏ ଫୁଲ ଗଣେଷ ସେ ଫୁଲ ହନୁମାନଙ୍କର
ବୋଉ ଖୁସିରେ ହସି କହୁଥିଲା
ହେଇଥିବେ ବ୍ରାହ୍ମଣ ଜାଣନ୍ତି ନିୟମ ଜଣା ସତ୍ୱର
ବୋଉ ବୁଝିଥାଉ ତା ମନ ବିଶ୍ୱାସର
ପୁଅ କିନ୍ତୁ ଜାଣେ ଏ ସୃଷ୍ଟିରେ ଏକମାତ୍ର ସ୍ରଷ୍ଟା
ଜାଣନ୍ତି ସବୁ ବୋଲି ରଥ ରହେ ବଡଦାଣ୍ଡେ
ଅନ୍ତ ନାହିଁ ଭକ୍ତି କୁସୁମ ବେଭାର ଆଜିବି
ସାଲବେଗଙ୍କ ଅପେକ୍ଷାର
ତଥାପି ଚୁପ ରହିବାକୁ ହୁଏ କେବେ କେବେ
ସର୍ବ ଶକ୍ତିମାନ ନେଇ ଆଣି ଥୋଇବେ
କାହାକୁ କୋଉ ଦିଗ ପଶ୍ଚିମ କି ପୂର୍ବର