ଵିଜ୍ଞାପନ ନଦେଇ ଗଛ
ବିଜ୍ଞାନର ଉପକାର କରେ
ବିଶେଷ ଜ୍ଞାନ ଗାରିମାରେ
ଗଛ ଲଗେଇ ପରିବେଶ ସ୍ୱଚ୍ଛ
ସଂରକ୍ଷଣ କରିବାରେ
ମାଟି ଜଳ ବାୟୁ ତଥା ଛାଇ
ଫଳ ଫୁଲ ଭାରେ ଡ଼ାଳ ନୋଇଁ
ଏମିତି କିଏ ଅଛି ମିତ କାହିଁ
ଜଙ୍ଗଲ ଓ ପଶୁ ସମ୍ପଦ
ରକ୍ଷାକାରୀ ବିପଦ ଆପଦ
ପୁଣି ନରଖି ଭାବ ଭେଦ
ସ୍ୱଚ୍ଛ ଅଭେଦଟିଏ ଗଛ
ସଅଳ ଉଠ ନକର ମଠ
ଗଛ ବଞ୍ଚିଲେ ମଣିଷ ବଞ୍ଚିବ
ଲଗାଇନେବା କିଛି ଗଛ
ମାଛି କୁ ମ କହୁନଥିବା ଗଛ
ଦାନ ପୁଣ୍ୟ କରେ ନାହିଁ ତାର ମିଛ
ଅରମା ସଫା କରିବା ନାମରେ
କାଟିବାନି ମୂଲ୍ୟବାନ ଗଛ
ଜୀବନ୍ତ ଯୌଗିକ ଗଛ
ଯୋଗାଇ ଚାଲିଛି ମାଟି
ମୁଠେ ମାଟି ବିନା ମଣିଷ
ଖାଇପାରିବ ମାଛ
ନା କହିବ ସତ ମିଛ
ଜଳ ସ୍ଥଳ ଆକାଶ ପରିବେଶ
ଅତୀବ ନିର୍ମଳ ଓ ସ୍ୱଚ୍ଛ
କେବଳ ଭରସା ଏକମାତ୍ର ଗଛ
ଗଛ ବିନା ମଣିଷର କାହିଁ ଉତ୍ସ!
,,,,,,,,,,,