ଗଛ ହିଁ ଉତ୍ସ ଗଛ ମହୋତ୍ସ
ଗଛର ଫଳ ମୂଳ ଡ଼ାଳ ଚେର ଓଷ
ଗଛର ହସରେ ଛାଇ
ଗଛ କୋରଡ଼ରେ ଜୀବଟିଏ ରହି
ପ୍ରକୃତି ନିଏ ଆପଣେଇ
ଗଛ ନିଶ୍ଵାସରେ ବିଶ୍ୱାସ
ତେଣୁ ପକ୍ଷୀ ଗଢେ ନୀଡ଼
ପଥିକ ବସେ ଘଡିଏ
ଲେଖକ ଲେଖିକା ସବୁ ଧାଡି ଧାଢ଼ି
ପୂର୍ବ ପର ପିଢ଼ି
ଗଛମୂଳେ ସାହିତ୍ୟ ସଂଗୀତ
ଓ ଐଶ୍ଵର୍ଗିକ ଭାବନା ଏକଜୁଟ କରନ୍ତି
ବୃକ୍ଷ ହିଁ ବୈଜ୍ଞାନିକ ବୁଝନ୍ତି
ଅମ୍ଳଜାନ ଦିଏ ଅଙ୍ଗାରକାମ୍ଳ ନିଏ
ବନ୍ଧୁ ମିତ ସଖା ସହୋଦର ସାଜି
ଅବକ୍ଷୟ ରୋକି ଦିଏ
ତା ପାଇଁ ଗଢ଼ା ଏଇ ବିଶାଳ ପାଟୁଆର
ମୃତିକାର ଭାର ପୁଣି ସମ୍ପଦ ଅପାର
ବୃକ୍ଷ ଏକା ବିଜ୍ଞାନୀ ସୃଜନଶୀଳତାର
ନଥାଏ ବାଛ ବିଚାର
କେବଳ ନିସର୍ତ୍ତ ସର୍ତ୍ତରେ ସମ୍ଭାଳେ
ଭାର ମଣିଷ ପଶୁ ପକ୍ଷୀ ଜଗତର
ନଥାଏ ସର୍ତ୍ତ କି ସ୍ୱାର୍ଥ ମୋହର